ବୀରଭଦ୍ରଙ୍କ ବିରୋଧରେ ମାମଲା ରୁଜୁ

ସିମ୍‌ଲା: ହିମାଚଳ ପ୍ରଦେଶର ପୂର୍ବତନ ମୁଖ୍ୟମନ୍ତ୍ରୀ ବୀରଭଦ୍ର ସିଂହ ଏବଂ ତାଙ୍କ ପୁଅ ବିକ୍ରମାଦିତ୍ୟ ସିଂହଙ୍କ ବିରୋଧରେ ଆଜି ପୁଲିସ ଏକ ଜବରଦଖଲ ମାମଲାକୁ ନେଇ ମାମଲା ରୁଜୁ କରିଛି। ବୀରଭଦ୍ର ତାଙ୍କର ଜଣେ ସମ୍ପର୍କୀୟଙ୍କର କୌଣସି ଏକ ଐତିହାସିକ ସମ୍ପତ୍ତିକୁ ବଳପୂର୍ବକ ଭାଙ୍ଗି ଦେଇଥିବାରୁ ତାଙ୍କ ବିରୋଧରେ ଏହି ମାମଲା ରୁଜୁ ହୋଇଛି। ଏହାବାଦ୍‌ ଜଣେ ପୂର୍ବତନ ପୂର୍ତ୍ତ ବିଭାଗ କର୍ମୀ ତଥା ଇଞ୍ଜିନିୟର ମୁଖ୍ୟ ସ୍ୱାମୀ ପ୍ରକାଶ ନେଗି ବୀରଭଦ୍ର ଏବଂ ତାଙ୍କ ପୁଅଙ୍କୁ ଉକ୍ତ କାର୍ଯ୍ୟ ପାଇଁ ସହଯୋଗ କରିଥିବାରୁ ତାଙ୍କ ବିରୋଧରେ ମଧ୍ୟ ମାମଲା ରୁଜୁ ହୋଇଛି।

ସମ୍ବନ୍ଧିତ ଖବର