ଦୁର୍ନୀତି ମାମଲା : କର୍ଣ୍ଣାଟକ ମନ୍ତ୍ରୀଙ୍କ ବିରୋଧରେ ମାମଲା ରୁଜୁ

ନୂଆଦିଲ୍ଲୀ : କର୍ଣ୍ଣାଟକ ମନ୍ତ୍ରୀ ତଥା ବରିଷ୍ଠ କଂଗ୍ରେସ ନେତା ଡିକେ ଶିବକୁମାର ଏବଂ ଅନ୍ୟ ୭ ଜଣଙ୍କ ବିରୋଧରେ ଆଜି ଇଡି (ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ) ଟିକସ ଫାଙ୍କି ଏବଂ ହଓ୍ଵାଲା କାରବାର ନେଇ ମାମଲା ରୁଜୁ କରିଛି। ଆୟକର ବିଭାଗ ଦ୍ୱାରା ଚଳିତ ବର୍ଷ ପ୍ରାରମ୍ଭରେ ବେଙ୍ଗାଲୁରୁର ଏକ ସ୍ୱତନ୍ତ୍ର କୋର୍ଟରେ ଶିବକୁମାରଙ୍କ ବିରୋଧରେ ଟିକସ ଫାଙ୍କିବା ଏବଂ କୋଟି କୋଟି ଟଙ୍କାର ହଓ୍ଵାଲା କାରବାର ନେଇ ଚାର୍ଜସିଟ୍‌ ଦାଖଲ ହୋଇଥିଲା। ଏହି ଚାର୍ଜସିଟ୍‌କୁ ଆଧାର କରି ଆଜି ଇଡି ମନ୍ତ୍ରୀଙ୍କ ବିରୋଧରେ ମାମଲା ରୁଜୁ କରିଛି।

ସମ୍ବନ୍ଧିତ ଖବର