ମୋଦୀଙ୍କ ବିରୋଧରେ ଥରୁରଙ୍କ ଆପତ୍ତିଜନକ ବୟାନ, ମାନହାନି ମାମଲାକୁ ଗ୍ରହଣ କଲେ କୋର୍ଟ

ନୂ୍ଆଦିଲ୍ଲୀ: କଂଗ୍ରେସ ନେତା ଶଶି ଥରୁର୍‌ ନିକଟରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କୁ ଶିବ ଲିଙ୍ଗ ଉପରେ ବିଛା ବୋଲି କହିଥିବାରୁ ତାଙ୍କ ବିରୋଧରେ ମାନହାନି ମାମଲା ରୁଜୁ ହୋଇଥିଲା। ବିଜେପି ନେତା ରାଜୀବ ବବର ଶଶିଙ୍କ ବିରୋଧରେ ଏହି ମାମଲା ରୁଜୁ କରିଥିଲେ। ତେବେ ଆଜି ଦିଲ୍ଲୀ କୋର୍ଟ ଏହି ମାମଲାର ଶୁଣାଣି ପାଇଁ ରାଜି ହୋଇଛନ୍ତି। ଅତିରିକ୍ତ ମୁଖ୍ୟ ମେଟ୍ରୋପଲିଟାନ୍‌ ମାଜିଷ୍ଟ୍ରେଟ୍‌ ସମର ବିସାଲ୍‌ ଆସନ୍ତା ଡିସେମ୍ବର ୨୨ ତାରିଖରେ ଉଭୟ ଥରୁର୍‌ ଏବଂ ରାଜୀବ ବବରଙ୍କ ବୟାନ ରେକର୍ଡ ହେବ ବୋଲି କହିଛନ୍ତି। ଥରୁର୍‌ଙ୍କ ବି‌ରୋଧରେ ଭାରତୀୟ ପିଙ୍ଗଳ କୋଡ୍‌ର ଧାରା ୪୯୯/୫୦୦ ଅଧୀନରେ ବିଚାର ଆରମ୍ଭ କରିବାପାଇଁ ବବର ଆଜି କୋର୍ଟଙ୍କୁ ଅନୁରୋଧ କରିଥିଲେ। ବବର ଜଣେ ଶିବ ଭକ୍ତ ଏବଂ ଥରୁର୍‌ଙ୍କ ଏଭଳି ବୟାନ ତାଙ୍କ ଧାର୍ମିକ ଭାବନାକୁ ଆଘାତ ଦେଇଛି ବୋଲି ଅଭି‌‌‌ଯୋଗ କରି ସେ ଥରୁର୍‌ଙ୍କ ବିରୋଧରେ ମାନହାନି ମାମଲା ରୁଜୁ କରିଛନ୍ତି।

ସମ୍ବନ୍ଧିତ ଖବର