ଜିଗ୍ନେଶଙ୍କ ବିରୋଧରେ ମାମଲା

ଅହମଦାବାଦ: ଗୁଜରାଟର ସ୍ବାଧୀନ ବିଧାୟକ ଜି‌ଗ୍ନେଶ ମେୱାନୀ ଏକ ଘରୋଇ ସ୍କୁଲ୍‌ର ସମ୍ମାନ ହାନି କରି ସ୍କୁଲ୍‌ ବିରୋଧରେ ‌ସୋସିଆଲ ମିଡିଆରେ ଏକ ମିଛ ଭିଡିଓ ସେୟାର କରିବାରୁ ତାଙ୍କ ବିରୋଧରେ ମାମଲା ରୁଜୁ ହୋଇଛି। ମେୱାନି ଗତ ମେ’ ୨୦ ତାରିଖରେ ତାଙ୍କ ଟ୍ବିଟର ଆକାଉଣ୍ଟ୍‌ରେ ଏକ ଭିଡିଓ ସେୟାର କରିଥିଲେ। ଏହି ଭିଡିଓଟିରେ ଜଣେ ଅର୍ଦ୍ଧନଗ୍ନ ସ୍କୁଲ୍ ଛାତ୍ରଙ୍କୁ ଶିକ୍ଷକ ମାଡ଼ ମାରୁଥିବା ଦେଖିବାକୁ ମିଳିଥିଲା। ଏନେଇ ସ୍କୁଲ୍‌ ପ୍ରିନ୍ସପାଲ ବିଜଲ କୁମାରୀ ପଟେଲ ଭଲ୍‌ସଦ ଟାଉନ୍‌ ଥାନାରେ ମେୱାନିଙ୍କ ବିରୋଧରେ ମାମଲା ରୁଜୁ କରିଛନ୍ତି। ‌ସୋସିଆଲ ମିଡିଆରେ ସେୟାର ହୋଇଥିବା ଭିଡିଓଟି ତାଙ୍କ ସ୍କୁଲ୍‌ର ନୁହେଁ। ଏହା ଏକ ନକଲି ଭିଡିଓ ବୋଲି ପ୍ରିନ୍ସପାଲ୍ ଅଭିଯୋଗ କରିବାପରେ ଜିଗ୍ନେଶଙ୍କ ବିରୋଧରେ ଆଇପିସିର ଧାରା ୫୦୫ (୨) ଏବଂ ୫୦୦ ଅଧୀନରେ ମାମଲା ରୁଜୁ ହୋଇଛି।

ସମ୍ବନ୍ଧିତ ଖବର