ରଣବୀର-ଅନୁଷ୍କାଙ୍କ ବିରୋଧରେ ମାମଲା

ନୂଆଦିଲ୍ଲୀ: ରଣବୀର କପୁରଙ୍କ ଅଭିନୀତ ‘ସଞ୍ଜୁ’ ଚଳଚ୍ଚିତ୍ର ରିଲିଜ ହେବାର ୨ ଦିନ ପୂର୍ବରୁ ବିବାଦରେ ରହିଛି। ରୂପଜୀବୀଙ୍କ ବିରୋଧରେ ଆପତ୍ତିଜନକ ମନ୍ତବ୍ୟ ଦେଇଥିବାରୁ ରଣବୀର, ଅନୁଷ୍କା ଶର୍ମା ଓ ନିର୍ଦ୍ଦେଶକ ରାଜକୁମାର ହିରାନୀଙ୍କ ବିରୋଧରେ ମହିଳା କମିସନଙ୍କ ନିକଟରେ ମାମଲା ଦାଏର ହୋଇଛି। ଏହି ଅଭିଯୋଗର ସତ୍ୟତା ପ୍ରମାଣ ପାଇଁ ମାମଲାକୁ ବୈଦ୍ୟୁତିକ ଗଣମାଧ୍ୟମ ପର୍ଯ୍ୟାଲୋଚନା କେନ୍ଦ୍ରକୁ ପଠାଯାଇଥିବା ଜାତୀୟ ମହିଳା କମିସନ ଅଧ୍ୟକ୍ଷା ରେଖା ଶର୍ମା ସୂଚନା ଦେଇଛନ୍ତିି। ଚଳଚ୍ଚିତ୍ରରେ ରଣବୀର କପୁର ଦୁଇଟିସ୍ଥାନରେ ରୂପଜୀବୀଙ୍କ ବିରୋଧରେ ଆପତ୍ତିଜନକ ମନ୍ତବ୍ୟ ଦିଆଯାଇଥିବା ସାମାଜିକ କର୍ମୀ ଗୌରବ ଗୁଲାଟି ତାଙ୍କ ଅଭିଯୋଗରେ ଦର୍ଶାଇଛନ୍ତି।

ସମ୍ବନ୍ଧିତ ଖବର