ସ୍ବାମୀ ଚିନ୍ମୟାନନ୍ଦଙ୍କ ବିରୋଧରେ ମାମଲା

ପୀଡ଼ିତା ବି ଗିରଫ ହେବେ

ଶାହଜାହାନପୁର: ସ୍ବାମୀ ଚିନ୍ମୟାନନ୍ଦଙ୍କ ବିରୋଧରେ ଦୁଷ୍କର୍ମ ଅଭିଯୋଗ ଆଣିଥିବା ଆଇନ ଛାତ୍ରୀଙ୍କୁ ମଧ୍ୟ ପୁଲିସ ଖୁବ୍‌ ଶୀଘ୍ର ଗିରଫ କରବ ବୋଲି ଜଣାପଡ଼ିଛି। ପୀଡ଼ିତା ପ୍ରାୟ ବର୍ଷେ ହେଲା ବଳପୂର୍ବକ ଅର୍ଥ ଆଦାୟ ପାଇଁ ଷଡ଼ଯନ୍ତ୍ରରେ ସାମିଲ ଥିଲେ ଏବଂ ଏ ବାବଦରେ ଗିରଫ ହୋଇଥିବା ଅନ୍ୟ ଅଭିଯୁକ୍ତଙ୍କ ବୟାନ ଏବଂ ପ୍ରମାଣ ଆଧାରରେ ତାଙ୍କୁ ମଧ୍ୟ ଗିରଫ କରାଯିବ ବୋଲି ଏସ୍‌ଆଇଟିର ଜଣେ ବରିଷ୍ଠ ସଦସ୍ୟ କହିଛନ୍ତି। ଚିନ୍ମୟାନନ୍ଦଙ୍କୁ ଏହି ମାମଲାରେ ଗିରଫ କରି ଏବେ ଶାହଜାହାନପୁର ଜେଲ୍‌ରେ ରଖାଯାଇଛି। ନିଜ ପାଖରେ ଥିବା ଡିଜିଟାଲ ପ୍ରମାଣକୁ ବ୍ୟବହାର କରି ପୀଡ଼ିତା ବ୍ଲାକ୍‌ମେଲିଂ କରୁଥିଲେ ବୋଲି ଏସ୍‌ଆଇଟି କହିଛି।

ସମ୍ବନ୍ଧିତ ଖବର