ୟୁପିରେ ବର୍ବର କାଣ୍ଡ, ଯୌନ ନିର୍ଯାତନା ବିରୋଧରେ ମୁହଁ ଖୋଲିବାରୁ ଜାଳିଦେଲେ

ଲକ୍ଷ୍ନୌ: ଉତ୍ତରପ୍ରଦେଶର ସୀତାପୁର ଜିଲ୍ଲାରେ ଜଣେ ମହିଳା ନିଜ ଉପରେ ହୋଇଥିବା ଯୌନ ନିର୍ଯାତନା ବିରୋଧରେ ମୁହଁ ଖୋଲିବାରୁ ତାଙ୍କୁ ଜାଳି ଦିଆଯାଇଛି। ପୀଡ଼ିତା ଜଣଙ୍କ ଏବେ ଗୁରୁତର ଅବସ୍ଥାରେ ଚିକିତ୍ସାଧୀନ ଅଛନ୍ତି। ସୂଚନାନୁଯାୟୀ, ସୀତାପୁର ସ୍ଥିତ ତାମ୍ବୋର ଅଞ୍ଚଳର ଉକ୍ତ ପୀଡ଼ିତା‌ ଜଣଙ୍କ ଜଣେ ସ୍ଥାନୀୟ ଯୁବକଙ୍କ ଦ୍ବାରା ଦୁଷ୍କର୍ମର ଶିକାର ହୋଇଥିଲେ। ଏନେଇ ସେ ପୁଲିସରେ ଅଭିଯୋଗ କରିବାପରେ ଅଭିଯୁକ୍ତ ଏବଂ ତାଙ୍କ ଭାଇ ପୀଡ଼ିତା ମହିଳାଙ୍କ ଉପରେ କିରାସିନି ଢାଳି ନିଆଁ ଲଗାଇ ଦେଇଛନ୍ତି। ପୁଲିସ ଆଇପିସିର ଧାରା ୩୫୪, ୩୨୬ ଏବଂ ୫୦୬ ଅଧୀନରେ ମାମଲା ରୁଜୁ କରିଛି।

ସମ୍ବନ୍ଧିତ ଖବର