ଭୋପାଳ: ଦଶମ ଓ ଦ୍ୱାଦଶ ଶ୍ରେଣୀ ପରୀକ୍ଷା ଫଳାଫଳକୁ ଜାତିଭିତ୍ତିରେ ବର୍ଗୀକରଣ କରି ଅଡୁଆରେ ପଡ଼ିଯାଇଛି ମଧ୍ୟପ୍ରଦେଶ ବୋର୍ଡ ଅଫ୍ ସେକେଣ୍ଡାରି ଏଡୁକେସନ୍। ନିର୍ବାଚନ ହେବାକୁ ଥିବା ଏହି ରାଜ୍ୟରେ ଏ ଭଳି ମାମଲା ରାଜନୈତିକ ବିବାଦ ସୃଷ୍ଟି କରିବା ପାଇଁ ଯଥେଷ୍ଟ।
ମେ ୧୪ ତାରିଖ ଦିନ ସାମ୍ବାଦିକମାନଙ୍କୁ ବଣ୍ଟା ଯାଇଥିବା ଅଫିସିଆଲ୍ ରେଜଲ୍ଟ୍ କିଟ୍ରୁ ଜଣାପଡ଼ିଛି ଯେ ପରୀକ୍ଷାର୍ଥୀମାନଙ୍କୁ ୪ଟି ବର୍ଗରେ ବିଭକ୍ତ କରାଯାଇଛି ଯଥା:- ଓବିସି, ଏସ୍ସି, ଏସ୍ଟି ଏବଂ ଜେନେରାଲ୍। ରେଜଲ୍ଟ୍ ସିଟ୍ରେ ସ୍ପଷ୍ଟ ଭାବରେ ଉଲ୍ଲେଖ ଥିବା ଧାଡ଼ିଟି ହେଉଛି: ବର୍ଗାନୁସାରେ।
ପ୍ରଥମେ କଂଗ୍ରେସ ଏ ଭଳି ଫଳାଫଳ ପଦ୍ଧତିକୁ ଜାତିଭିତ୍ତିକ ବୋଲି ଆଖ୍ୟା ଦେଇଛି। ‘ଏମ୍ପିବିଏସ୍ଇ’ର ଅଧ୍ୟକ୍ଷ ଏସ୍ ଆର୍ ମହାନ୍ତି କହନ୍ତି ଯେ, ଛାତ୍ରଛାତ୍ରୀମାନଙ୍କ ପାଇଁ ଜନକଲ୍ୟାଣ ଯୋଜନାରୁ ଲାଭ ପାଇଁ ଏ ଭଳି ବର୍ଗୀକରଣ କରାଯାଇଛି। ଏହି ତଥ୍ୟ ଯୋଗେ ପ୍ରାର୍ଥୀମାନେ ସହଜରେ ବିଭିନ୍ନ ଯୋଜନାର ଉପକାର ପାଇ ପାରିବେ। ସେ ଆହୁରି କହିଛନ୍ତି ଯେ ଏ ଭଳି ପଦ୍ଧତିରେ ଫଳାଫଳ କେବଳ ମଧ୍ୟପ୍ରଦେଶ ପ୍ରକାଶ କରୁନାହିଁ। ଜାତିଭିତ୍ତିକ ଫଳାଫଳର ଅର୍ଥ କ’ଣ ମୁଁ ବୁଝି ପାରୁ ନାହିଁ।
ସକାରଙ୍କର ଜନକଲ୍ୟାଣକାରୀ ଯୋଜନା ଆପଣା ଛାଏଁ ଆସିବା ପାଇଁ ବର୍ଗୀକରଣ କରାଯାଇଛି ଏବଂ ଏହା ବର୍ଷ ବର୍ଷ ଧରି ଗଡ଼ି ଆସୁଛି। ଏବେ ଅଯଥାରେ କାହିଁକି ବିବାଦ କରାଯାଉଛି।