ବିରିୟାନୀରୁ ପୋକ ବାହାରିବାରୁ ଇକିଆ କମ୍ପାନି ତଣ୍ଡ ଗଣିଲା ୧୧,୫୦୦ଟଙ୍କା

ନୂଆଦିଲ୍ଲୀ: ଭାରତରେ ନିଜର ପ୍ରଥମ ଷ୍ଟୋର ଖୋଲିବାର ମାସେ ପରେ ବିବାଦରେ ଫସିଛି ସ୍ୱିଡିସ୍‌ ହୋମ ଫର୍ଣ୍ଣିସିଙ୍ଗ ରିଟେଲର ଇକିଆ । ହାଇଦ୍ରାବାଦ୍‌ରେ ଥିବା ଷ୍ଟୋରରେ ଜଣେ ଗ୍ରାହକ ବିରିୟାନୀ ଖାଉଥିବା ବେଳେ ସେଥିରୁ ପୋକ ବାହାରିଥିବା ନେଇ ଅଭିଯୋଗ ଆଣିଛନ୍ତି । ଏହା ସହ ଏହାର ଏକ ଫଟୋ ଉଠାଇ ସେ ଟ୍ଵିଟରରେ ପୋଷ୍ଟ କରିବା ସହ ଗ୍ରେଟର ହାଇଦ୍ରାବାଦ୍‌ ମହାନଗର ନିଗମକୁ ଏ ନେଇ ଜଣାଇଛନ୍ତି ।
ଅବିଦ୍‌ ମହମ୍ମଦଙ୍କ ଅଭିଯୋଗ ପାଇ ଗ୍ରେଟର ହାଇଦ୍ରାବାଦ୍‌ ମହାନଗର ନିଗମର ଅଧିକାରୀମାନେ ଆସି ଏହାର ତଦନ୍ତ ଆରମ୍ଭ କରିଥିଲେ ।

ଯାହା ପରେ ଘଟଣାଟି ସତ ବୋଲି ଜଣା ପଡ଼ିବା ପରେ ଏ ନେଇ ଇକିଆର ମ୍ୟାନେଜରଙ୍କୁ ନୋଟିସ ପଠାଯାଇଥିବା ଜଣା ପଡ଼ିଛି । ଅବିଦ୍‌ ଗ୍ରେଟର ହାଇଦ୍ରାବାଦ୍‌ ମହାନଗର ନିଗମକୁ ଜଣାଇବା ସହ ଟ୍ଵିଟ୍‌ କରି ସହର ବିକାଶ ଏବଂ ନଗର ପ୍ରଶାସନ ବିଭାଗକୁ ମଧ୍ୟ ଟ୍ଵିଟ୍‌ କରି ଏ ବିଷୟ ଜଣାଇଥିବା ଜାଣିବାକୁ ମିଳିଛି । ଅବିଦ୍‌ଙ୍କ ଅଭିଯୋଗ ସତ ବୋଲି ପ୍ରମାଣ ହେବା ପରେ ଗ୍ରେଟର ହାଇଦ୍ରାବାଦ୍‌ ମହାନଗର ନିଗମ ଇକିଆ ଉପରେ ୧୧,୫୦୦ ଟଙ୍କର ଜରିମାନା ଲଗାଇଥିବା ଜଣା ପଡ଼ିଛି ।

ସମ୍ବନ୍ଧିତ ଖବର