ମଦ୍ୟପ ଯୁବକର ଅଜବ କାରନାମା! ଚିଡ଼ିଆଖାନା ଖୁଆଡ଼ରେ ପଶି ଭାଲୁକୁ ପାଣିରେ ବୁଡ଼ାଇବାକୁ କଲା ଉଦ୍ୟମ; ଭିଡିଓ ଭ‌ାଇରାଲ୍‌…

ୱାର୍ସ: ପୋଲାଣ୍ଡରେ ଥିବା ୱ‌ାର୍ସ ଚିଡ଼ିଆଖାନାରେ ଦେଖିବାକୁ ମିଳିଛି ଏକ ଅଜବ ଦୃଶ୍ୟ। ଜଣେ ମଦ୍ୟପ ଯୁବକ ଚିଡ଼ିଆଖାନାର ଭାଲୁ ଖୁଆଡ଼ ଭିତରେ ପଶି ଭାଲୁକୁ ପାଣି ଭିତରେ ବୁଡ଼ାଇବାକୁ ଚେଷ୍ଟା କରୁଥିବା ବେଳର ଏକ ଭିଡିଓ ଭାଇରାଲ୍‌ ହୋଇଛି। ରିପୋର୍ଟରୁ ଜାଣିବାକୁ ମିଳିଛି ଯେ ୨୩ ବର୍ଷିଅ ଏହି ଯୁବକ ଜଣକ ୱାର୍ସ ଚିଡ଼ିଆଖାନା ଭିତରକୁ ଡେଇଁ ଏକ ବୁଢ଼ା ଭାଲୁ ସହ ଲଢ଼େଇ କରିଥିଲା। ଜାଣିରଖନ୍ତୁ ଯେ ସବିନା ଏକ ସର୍କସକାରୀ ଭାଲୁ।

ଭାଇରାଲ୍‌ ହୋଇଥିବା ଭିଡିଓର ଦୃଶ୍ୟରୁ ଜାଣିବାକୁ ମିଳିଛି ଯେ କରୋନା ଭାଇରସ୍‌ ପାଇଁ ଲାଗୁ ହୋଇଥିବା ଲକ୍‌ଡାଉନ୍‌ ଫିଟିବା ପରେ ଚିଡ଼ିଆଖାନାଟି ଖୋଲିଥିଲା। ଚିଡ଼ିଆଖାନା ଖୋଲିବା ପରେ ଏହି ମଦ୍ୟପ ଯୁବକ ଜଣକ ଭାଲୁ ଖୁଆଡ଼ ଡେଇଁ ସବିନା ନାମକ ଏକ ବୃଦ୍ଧ ଭାଲୁକୁ ଆକ୍ରମଣ କରିଥିଲା। ଭାଲୁଟି ଯୁବକ ପଛେ ପଛେ ପାଣିକୁ ଯିବାରୁ ଯୁବକ ଜଣକ ଭୟରେ ଆସି ଭାଲୁର ମୁଣ୍ଡକୁ ପାଣିରେ ବୁଡ଼ାଇବାକୁ ଚେଷ୍ଟା କରିଥିଲା।

‌‌ସୌଭାଗ୍ୟକୁ ଏହି ଲଢ଼େଇରେ ଭାଲୁଟିର କୌଣସି କ୍ଷତି ହୋଇନାହିଁ। ଯୁବକ ଜଣକ ସାମାନ୍ୟ ଆହତ ହୋଇଥିବା ବେଳେ ତାଙ୍କୁ ଅଗ୍ନିଶମ ବାହିନୀ ଦ୍ବାରା ଉଦ୍ଧାର କରାଯାଇ ହସ୍ପିଟାଲ୍‌ରେ ଭର୍ତ୍ତି କରାଯାଇଛି।

ପଶୁମାନଙ୍କ ପ୍ରତି ହିଂସ୍ର ଆଚରଣ ଦେଖାଇବା, ଶାନ୍ତି ଭଙ୍ଗ କରିବା ଓ ସର୍ବସାଧାରଣରେ ଫେସ୍‌ମାସ୍କ ନପିନ୍ଧିବା କାରଣରୁ ଯୁବକଙ୍କ ନାମରେ ୧୭୦ ପାଉଣ୍ଡ୍‌ ଜରିମାନା କରାଯାଇଛି।

 

ସମ୍ବନ୍ଧିତ ଖବର