ଜଣେ ବ୍ୟକ୍ତିଙ୍କୁ ୨ ପୁଲିସ୍‌ କର୍ମୀ ମିଶି ନିର୍ଧୁମ ଛେଚୁଥିବା ବେଳର ଭିଡିଓ ଭାଇରାଲ୍‌

ଭୋପାଳ: ମଧ୍ୟପ୍ରଦେଶର ଚିନ୍ଦୱାରା ଜିଲ୍ଲାରେ ଘଟିଯାଇଛି ଏକ ଅଭାବନୀୟ ଘଟଣା। ଦୁଇ ଜଣ ପୁଲିସ୍‌ ମିଶି ଜଣେ ବ୍ୟକ୍ତିଙ୍କୁ ଆଖି ବୁଜା ମାଡ଼ ମାରିଥିବା ଦୃଶ୍ୟ ସିସିଟିଭି କ୍ୟାମେରାରେ କଏଦ ହୋଇଛି। ଭିଡିଓଟି ଏବେ ସୋସିଆଲ୍‌ ମିଡିଆରେ ଭାଇରାଲ୍‌ ହେବାରେ ଲାଗିଛି।

ଭିଡିଓରେ ଦେଖିବାକୁ ମିଳିଛି ଯେ ଦୁଇ ଜଣ ପୁଲିସ୍‌ ମିଶି ବ୍ୟକ୍ତିଟିର ‌ମୁଣ୍ଡ ଓ ବେକକୁ ବାଡ଼ିରେ ମାଡ଼ ପରେ ମାଡ଼ ଦେଇ ଚାଲିଛନ୍ତି। ଏପରିକି ମଣିଷ ଜଣକ ମାଟିରେ ପଡ଼ିଯିବା ପରେ ବି ପୁଲିସ୍‌ ୨ ଜଣ ତାଙ୍କୁ ଛାଡୁ ନାହାନ୍ତି। ବ୍ୟକ୍ତି ଜଣଙ୍କୁ ତଳେ ଶୁଆଇ ମୁହଁ ଉପରେ ଉପରେ ମାରି ଚାଲିଛନ୍ତି।

 

ଏ ନେଇ ଗଣମାଧ୍ୟମ ପ୍ରତିନିଧିମାନଙ୍କୁ ବରିଷ୍ଠ ପୁଲିସ୍‌ ଅଧିକାରୀ ଶଶାଙ୍କ ଗର୍ଗ କହନ୍ତି, ‘ଏହା ହେଉଛି ଏକ ପୁରୁଣା ଭିଡିଓ, ଯାହାକି ସୋସିଆଲ୍‌ ମିଡିଆରେ ଭାଇରାଲ୍‌ ହେବାରେ ଲାଗିଛି। ଭିଡିଓରେ ଦିଶୁଥିବା ଦୁଇ ପୁଲିସ୍‌ କର୍ମୀ ହେଉଛନ୍ତି କ୍ରିଷ୍ଣା ଏବଂ ଆଶିଷ। ଏହି ଭିଡିଓକୁ ନେଇ ତଦନ୍ତ ନିର୍ଦ୍ଦେଶ ଦିଆଯାଇଛି। ତଦନ୍ତ ପରେ ଆବଶ୍ୟକୀୟ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ।’

ସମ୍ବନ୍ଧିତ ଖବର