ସମୁଦ୍ରରେ କାହିଁକି ଆସେ ସୁନାମୀ, କ’ଣ ଏହାର କାରଣ ? (ଭିଡିଓ ଦେଖନ୍ତୁ)

ଭୁବନେଶ୍ୱର : ଇଣ୍ଡୋନେସିଆରେ ଗତ କାଲି ଆସିଥିବା ପ୍ରଳୟଙ୍କରୀ ସୁନାମୀ ଫଳରେ ନାହିଁ ନଥିବା କ୍ଷୟକ୍ଷତି ହୋଇଛି । ପ୍ରାୟ ୪୦୦ରୁ ଅଧିକ ବ୍ୟକ୍ତି ମୃତ୍ୟୁବରଣ କରିଥିବାବେଳେ ଆହୁରି ଅନେକ ନିଖୋଜ ଅଛନ୍ତି । ୨୦୦୪ରେ ମଧ୍ୟ ଇଣ୍ଡୋନେସିଆରେ ଏକ ମହାଭୟଙ୍କର ସୁନାମୀ ଆସିଥିଲା ଯାହାର ପ୍ରଳୟଙ୍କରୀ ପ୍ରଭାବ କେବଳ ଇଣ୍ଡୋନେସିଆ ନୁହେଁ ଭାରତ ଉପରେ ମଧ୍ୟ ପଡିଥିଲା ।

ତେବେ ପ୍ରଶ୍ନ ଉଠେ ସୁନାମୀ କିପରି ହୁଏ ? ଭୂତତ୍ତ୍ୱବିତ ମାନଙ୍କ ମତରେ ସମୁଦ୍ର ତଳେ ଥିବା ଭୂମିରେ କୌଣସି କାରଣରୁ କମ୍ପନ ସୃଷ୍ଟି ହେଲେ ତାହାର ପ୍ରଭାବ ସମୁଦ୍ର ପାଣି ଉପରେ ପଡେ । ଏସବୁ କାରଣ ହେଉଛି ଗଭୀର ସମୁଦ୍ରରେ ଭୂମିକମ୍ପ, ଭୂସ୍ଖଳନ ହେବା ବା ଭୂଗର୍ଭର ପ୍ଲେଟରେ ବିସ୍ଥାପନ । ଆହୁରି ମଧ୍ୟ ଗଭୀର ସମୁଦ୍ରରେ ଅଗ୍ନୀଉଦଗୀରଣ ହେବା ଦ୍ୱାରା ମଧ୍ୟ ସୁନାମୀ ଆସେ । ଏହାର ଆଉ ଏକ କାରଣ ହେଉଛି ଉଲକାପାତ । ଏକ ବୃହତ ଉଲକା ସମୁଦ୍ରରେ ମାଡ ହେଲେ ସୁନାମୀ ଆସିଥାଏ ଅର୍ଥାତ ବିଶାଳକାୟ ଲହଡି ମାଡିଆସି ଉପକୂଳକୁ ଜଳମଗ୍ନ କରାଏ ।

ସମ୍ବନ୍ଧିତ ଖବର