କାବେରୀ ବିବାଦ: ଚେନ୍ନାଇରେ ପ୍ରତିବାଦ ପ୍ରଦର୍ଶନ କଲେ ଅଭିନେତା

ଚେନ୍ନାଇ: କାବେରୀ ପରିଚାଳନା ବୋର୍ଡ ଗଠନ କରିବାରେ ବିଫଳ ହୋଇଥିବା କେନ୍ଦ୍ର ସରକାରଙ୍କୁ ବିରୋଧ କରିବାକୁ ଚେନ୍ନାଇ ସୁପର୍‌ କିଙ୍ଗ୍‌ସ୍‌ ଖେଳାଳିମାନେ ଆଇପିଏଲ୍‌ ମ୍ୟାଚ୍‌ ଖେଳିବା ସମୟରେ କଳା ବ୍ୟାଜ୍‌ ପରିଧାନ କରିବା ଉଚିତ ବୋଲି ରବିବାର ଦିନ ତାମିଲ୍‌ ସୁପର୍‌ଷ୍ଟାର୍‌ ରଜନୀକାନ୍ତ କହିଛନ୍ତି। ପୋସ୍‌ ଗାର୍ଡେନ୍‌ସ୍ଥିତ ବାସଭବନରୁ ବାଲୁବର କୋଟ୍ଟାମ ଯିବାବେଳେ ଏକଥା କହିଛନ୍ତି। ବାଲୁବର କୋଟ୍ଟାମରେ ତାମିଲ ଚଳଚ୍ଚିତ୍ରରେ ସମ୍ପୃକ୍ତ ବହୁ ବ୍ୟକ୍ତି କେନ୍ଦ୍ର ବିରୋଧରେ ପ୍ରତିବାଦ ପ୍ରଦର୍ଶନ କରୁଛନ୍ତି।

ରଜନୀକାନ୍ତ କହିଛନ୍ତି: କେନ୍ଦ୍ର ଯଦି କାବେରୀ ପରିଚାଳନା ବୋର୍ଡ ଗଠନ ନ କରେ ତେବେ ତାମିଲ ଲୋକଙ୍କ କ୍ରୋଧର ଶିକାର ହେବ। ଯଦି ସହରରେ ଆଇପିଏଲ୍‌ ଖେଳ ନିଷିଦ୍ଧ କରାଯାଇ ପାରିବ ନାହିଁ, ସିଏସ୍‌କେ ଖେଳାଳିମାନେ ମ୍ୟାଚ୍‌ ଖେଳିବା ବେଳେ ପ୍ରତିବାଦ ପ୍ରଦର୍ଶନ ପାଇଁ କଳା ବ୍ୟାଜ୍‌ ପରିଧାନ କରିବା ଉଚିତ।

ବାଲ୍ଲବର କୋଟ୍ଟାମ ପ୍ରତିବାଦର ନେତୃତ୍ୱ ନେଉଥିବା ନଦିଗର ସଙ୍ଗମର ଅଧ୍ୟକ୍ଷ ନାସେର୍‌ କହିଛନ୍ତି ଯେ ତୁତିକୋରିନ୍‌ସ୍ଥିତ ଷ୍ଟେର୍‌ଲାଇଟ୍‌ କୋପ୍ପର୍‌ ପ୍ଲାଣ୍ଟ୍‌ ବନ୍ଦ ହେଉ ବୋଲି ଚଳଚ୍ଚିତ୍ର ଶିଳ୍ପ ମଧ୍ୟ ଚାହୁଁଛି।

ପ୍ରତିବାଦ ମଞ୍ଚରେ କମଲ ହସନ ଓ ରଜନୀକାନ୍ତ ଏକତ୍ର ବସିଥିବାର ଦେଖାଯାଇଥିଲା।

ସମ୍ବନ୍ଧିତ ଖବର