ରୋଟୋମାକ କମ୍ପାନି ମାଲିକ ବିକ୍ରମ କୋଠାରୀଙ୍କୁ ଗିରଫ କଲା ସିବିଆଇ

ନୂଆଦିଲ୍ଲୀ: ରୋଟୋମାକ୍‌ ପେନ କମ୍ପାନିର ମାଲିକ ବିକ୍ରମ କୋଠାରୀ ଓ ତାଙ୍କ ପୁଅ ରାହୁଲ କୋଠାରୀଙ୍କୁ ଆଜି ସିବିଆଇ ଗିରଫ କରିଛି । ବିଭିନ୍ନ ବ୍ୟାଙ୍କରୁ ମୋଟ ୩୬୯୫ କୋଟି ଟଙ୍କାର ଋଣ ନେଇ ସୁଝୁନଥିବାରୁ ତାଙ୍କୁ ଗିରଫ କରାଯାଇଛି । ଗତ କିଛି ଦିନ ଧରି ତାଙ୍କୁ ସିବିଆଇ ପଚରା ଉଚୁରା କରୁଥିଲା । ସେ ୭ଟି ବ୍ୟାଙ୍କକୁ ନେଇ ଗଠିକ କନସୋର୍ଟିୟମଠାରୁ ପ୍ରାୟ ୨୯୧୯ ତୋଟି ଟଙ୍କାର ଋଣ ଆଣିଥିଲେ । ଏବେ ସୁଧମୂଳ ମିଶି ତାହା ୩୬୯୫ କୋଟି ଟଙ୍କାରେ ପହଞ୍ଚିଲାଣି । କିନ୍ତୁ ସେ ଋଣ ସୁଝୁନଥିବାରୁ ତାଙ୍କ ବିରୋଧରେ ବ୍ୟାଙ୍କମାନେ ଏଫଆଇଆର ଦେଇଥିଲେ । ଅନ୍ୟପକ୍ଷରେ ଇଡି ପକ୍ଷରୁ ମଧ୍ୟ ତାଙ୍କ ବିରୋଧରେ ଏକ ମନି ଲଣ୍ଡରିଙ୍ଗ ମାମଲା ରୁଜ୍ଜୁ ହୋଇଛି । ପୂର୍ବରୁ ଖବର ଆସିଥିଲା ଯେ କୋଠାରୀ ଭାରତ ଛାଡି ବିଦେଶକୁ ଚାଲିଯାଇଛନ୍ତି । କିନ୍ତୁ ଭାରତ ଛାଡି ଯିବାର ପ୍ରଶ୍ନ ଉଠୁନାହିଁ ବୋଲି କୋଠାରୀ ସ୍ପଷ୍ଟ କରିଦେଇଥିଲେ ।

ସମ୍ବନ୍ଧିତ ଖବର