ବ୍ୟାଙ୍କ ଅଫ ଇଣ୍ଡିଆର ଦୁଇ ପୂର୍ବତନ ଅଧିକାରୀ ସିବିଆଇ ଦ୍ୱାରା ଗିରଫ

ଅହମଦାବାଦ : ସିବିଆଇ ଆଜି ବ୍ୟାଙ୍କ ଅପ ଇଣ୍ଡିଆର ଦୁଇଜଣ ଅବସରପ୍ରାପ୍ତ ଅଧିକାରୀଙ୍କୁ ଦୁର୍ନୀତି ଅଭିଯୋଗରେ ଗିରଫ କରିଛି । ସେମାନେ ହେଉଛନ୍ତି ବ୍ୟାଙ୍କର ଅବସରପ୍ରାପ୍ତ ଡିଜିଏମ ପିକେ ଶ୍ରୀବାସ୍ତବ ଓ ଜିଏମ ଭି.ଭି.ଅଗ୍ରିହୋତ୍ରୀ । ଏମାନେ ବରୋଦାର ଡାଇମଣ୍ଡ ପାଓ୍ଵାର ଇନଫ୍ରାଷ୍ଟ୍ରକଚର ନାମକ କମ୍ପାନିକୁ ବେଆଇନଭାବେ ୨୬୫୪ କୋଟି ଟଙ୍କାର ଋଣ ପ୍ରଦାନ କରିଥିବା ଜଣାପଡିଥିଲା । ଏହି ଅଧିକାରୀମାନେ ନିୟମକାନୁନକୁ ଜଳାଞ୍ଜଳୀ ଦେଇ କ୍ରେଡଟ ଲିମିଟକୁ ବଢାଇ ଏହି ଋଣ ଦେଇଥିଲେ । ସେମାନଙ୍କୁ ସିବିଆଇ ଗିରଫ କରି ଅହମଦାବାଦର ଏକ କୋର୍ଟରେ ଆସନ୍ତା କାଲି ହାଜିର କରାଯିବ ।

ସମ୍ବନ୍ଧିତ ଖବର