ସିବିଆଇ ଅଧିକାରୀଙ୍କ ଲାଞ୍ଚ ମାମଲା:ତଦନ୍ତକାରୀ ଅଫିସର ସୁପ୍ରିମ୍‌ କୋର୍ଟର ଦ୍ବାରସ୍ଥ

ଲାଞ୍ଚ ନେବାର ପ୍ରମାଣ ଥିବା ଦାବିକଲେ

ନୂଆଦିଲ୍ଲୀ: ସିବିଆଇର ସ୍ବତନ୍ତ୍ର ନିର୍ଦ୍ଦେଶକ ରାକେଶ ଅସ୍ଥାନାଙ୍କ ବିରୋଧରେ ଆସିଥିବା ଲାଞ୍ଚ ମାମଲାର ତଦନ୍ତ କରୁଥିବା ସିବିଆଇ ଅଫିସର ଏ କେ ବସ୍ସି ଏବେ ସୁପ୍ରିମ୍‌ କୋର୍ଟଙ୍କ ଦ୍ବାରସ୍ଥ ହୋଇଛନ୍ତି। ତାଙ୍କୁ ତଦନ୍ତ ଦାୟିତ୍ବରୁ ହଟାଇ ପୋର୍ଟବ୍ଲେୟାର ବଦଳି କରାଯାଇଥିବାରୁ ସେ ଏହାର ଦୃଢ଼ ବିରୋଧ କରିଛନ୍ତି ଏବଂ ତାଙ୍କ ପାଖରେ ଲାଞ୍ଚ ସଂକ୍ରାନ୍ତ ବଳିଷ୍ଠ ପ୍ରମାଣ ରହିଛି ବୋଲି ସେ କହିଛନ୍ତି। ବସ୍ସି ତାଙ୍କ ବଦଳି ଆଦେଶକୁ ଚ୍ୟାଲେଂଜ କରି ଆଜି ସୁପ୍ରିମ୍‌ କୋର୍ଟରେ କହିଛନ୍ତି ଯେ ଅସ୍ଥାନା ୩.୩ କୋଟି ଟଙ୍କା ଲାଞ୍ଚ ନେଇଥିବା ସଂକ୍ରାନ୍ତ ‘ହ୍ବାଟ୍ସ ଆପ୍‌’ ପ୍ରମାଣ ତାଙ୍କ ପାଖରେ ରହିଛି । ଏବେ ସିବିଆଇର ନିର୍ଦ୍ଦେଶକ ଆଲୋକ ବର୍ମା ଏବଂ ସ୍ବତନ୍ତ୍ର ନିର୍ଦ୍ଦେଶକ ଅସ୍ଥାନାଙ୍କୁ ସରକାର ଛୁଟିରେ ପଠାଇ ଦେଇଥିବା ବେଳେ ସିଭିସି ଏହି ମାମଲାର ତଦନ୍ତ କରୁଛନ୍ତି। ଏଭଳି ସ୍ଥିତିରେ ତଦନ୍ତକାରୀ ଅଫିସରଙ୍କ ଦାବି ମାମଲାକୁ ଆହୁରି ସରଗରମ କରିଛି।

ସମ୍ବନ୍ଧିତ ଖବର