ଆହ୍ଲାବାଦ ହାଇକୋର୍ଟ ବିଚ‌ାରପତିଙ୍କ ବିରୋଧରେ ସିବିଆଇ ମାମଲା : ଲାଞ୍ଚ ନେଇଥିବା ଅଭିଯୋଗ

ନୂଆଦିଲ୍ଲୀ : ଆହ୍ଲାବାଦ ହାଇକୋର୍ଟ ବିଚାରପତି ନାରାୟଣ ଶୁକ୍ଳାଙ୍କ ବିରୋଧରେ ସିବିଆଇ ମାମଲା ରୁଜୁ କରିଛି। ଲାଞ୍ଚ ନେଇଥିବା ଅଭିଯୋଗରେ ବିଚାରପତି ଶୁକ୍ଳାଙ୍କ ବିରୋଧରେ ମାମଲା ରୁଜୁ ହୋଇଛି। ଜ‌ଷ୍ଟିସ୍‌ ଶୁକ୍ଳା ଲକ୍ଷ୍ନୌର ଏକ ମେଡିକାଲ୍‌ କଲେଜ ସପକ୍ଷରେ ରାୟ ଦେବାପାଇଁ ଲାଞ୍ଚ ନେଇଥିବା ଅଭିଯୋଗ ହୋଇଛି। ଆଜି ସକାଳେ ସିବିଆଇ ଟିମ୍‌ ଦ୍ବାରା ଲକ୍ଷ୍ନୌ ସ୍ଥିତ ଜଷ୍ଟିସ୍‌ ଶୁକ୍ଳାଙ୍କ ବାସଭବନରେ ଚଢ଼ଉ ହୋଇଥିଲା। ଦିଲ୍ଲୀ ସ୍ଥିତ ଓଡ଼ିଶା ହାଇକୋର୍ଟର ଅବସରପ୍ରାପ୍ତ ବିଚାରପତି ଜଷ୍ଟିସ୍‌ ଆଇଏମ୍‌ କୁଦୁସିଙ୍କ ବାସଭବନରେ ମଧ୍ୟ ଚଢ଼ଉ ହୋଇଥିଲା ।

ସମ୍ବନ୍ଧିତ ଖବର