ଫୋନ୍‌କଲ୍‌ ଓ ହ୍ଵାଟସ୍‌ଆପ୍‌ ମେସେଜ୍‌କୁ ଯାଞ୍ଚ କରିବା ପରେ ସ୍ୱତନ୍ତ୍ର ନିର୍ଦ୍ଦେଶକ ରାକେଶ ଆସ୍ଥାନାଙ୍କ ବିରୋଧରେ ମାମଲା ରୁଜ୍ଜୁ କଲା ସିବିଆଇ

ନୂଆଦିଲ୍ଲୀ: କେନ୍ଦ୍ରୀୟ ତଦନ୍ତ ବ୍ୟୁରୋ (ସିବିଆଇ) ଏହାର ସ୍ୱତନ୍ତ୍ର ନିର୍ଦ୍ଦେଶକ ରାକେଶ ଆସ୍ଥାନାଙ୍କ ବିରୋଧରେ ଉତ୍କଚୋ ଗ୍ରହଣ ଅଭିଯୋଗରେ ଏକ ମାମଲା ରୁଜ୍ଜୁ କରିବା ସହ ତଦନ୍ତ ଆରମ୍ଭ କରିବା ଘଟଣା ଏବେ ଦେଶବ୍ୟାପି ଚର୍ଚ୍ଚା ଓ ଚାଞ୍ଚଲ୍ୟ ସୃଷ୍ଟି କରିଛି। ହସ୍ତଗତ ହୋଇଥିବା ଘଟଣାର ବିବରଣୀରୁ ପ୍ରକାଶ ସିବିଆଇର ସ୍ୱତନ୍ତ୍ର ନିର୍ଦ୍ଦେଶକ ରାକେଶ ଅସ୍ଥାନା ଏକ ମାମଲାରେ ଅଭିଯୁକ୍ତ ଜଣେ ଦୋଷୀଙ୍କୁ ଅନୁଗ୍ରହ ପ୍ରଦାନ ପାଇଁ ତାଙ୍କ ଠାରୁ ୫ କୋଟିର ଉତ୍କୋଚ ଦାବି କରିଥିଲେ ଏବଂ ଏହି ଉତ୍କୋଚ ରାଶିକୁ ଦୁବାଇ ଠାରେ ରହୁଥିବା ଜନୈକ ଇନ୍‌ଭେଷ୍ଟମେଣ୍ଟ ବ୍ୟାଙ୍କର୍‌ ସତୀଶ ସାନାଙ୍କୁ ପ୍ରଦାନ କରିବା ପାଇଁ ମନୋଜ ପ୍ରସାଦ ନାମକ ଜନୈକପ ମଧ୍ୟସ୍ଥିଙ୍କ ଜରିଆରେ ନିର୍ଦ୍ଦେଶ ଦେଇଥିଲେ।

ଏ ଘଟଣା ଜଣା ପଡ଼ିବା ପରେ ଏବେ ସିବିଆଇ କର୍ତ୍ତୃପକ୍ଷ ଏ ଉତ୍କୋଚ କାରବାରରେ ମଧ୍ୟସ୍ଥି ସାଜିଥିବା ମନୋଜ ପ୍ରସାଦଙ୍କୁ ଅଟକ ରଖିବା ସହ ଘଟଣାର ତଦନ୍ତ ଆରମ୍ଭ କରିଛି। ସିବିଆଇ ମନୋଜଙ୍କ ଫୋନ୍‌ କଲ୍‌ ଓ ହ୍ଵାଟସ୍‌ଆପ୍‌ ମେସେଜ୍‌କୁ ଯାଚ କରିବା ପରେ ବ୍ୟବସାୟୀ ସତୀଶ ସାନାଙ୍କ ଅଭିଯୋଗ ଆଧାରରେ ସିବିଆଇର ସ୍ୱତନ୍ତ୍ର ନିର୍ଦ୍ଦେଶକ ଆସ୍ଥାନାଙ୍କ ବିରୋଧରେ ଏକ ବିଧିବଦ୍ଧ ମାମଲା ରୁଜ୍ଜୁ କରିବା ସହ ତଦନ୍ତ ମଧ୍ୟ ଆରମ୍ଭ କରିଛି। ପ୍ରସଙ୍ଗକ୍ରମେ ଉଲ୍ଲେଖଯୋଗ୍ୟ, କିଛି ଦିନ ପୂର୍ବେ ସିବିଆଇ ଆସ୍ଥାନାଙ୍କ ବିରୋଧରେ ଏକ ମାମଲା ରୁଜ୍ଜୁ କରିଥିଲା। ଏଥିରେ ଅଭିଯୋଗ ହୋଇଥିଲା ଯେ ହାଇଦ୍ରାବାଦର ଜଣେ ବ୍ୟବସାୟୀ ସତୀଶ ସାନାଙ୍କ ଠାରୁ ଆସ୍ଥାନା ୨ କୋଟି ଟଙ୍କା ଲାଞ୍ଚ ନେଇଛନ୍ତି। ସିବିଆଇ ହାଜତରେ ଥିବା ସାନା ଅଭିଯୋଗ କରିଥିଲେ, ସେ ଗତ ୧୦ ମାସ ମଧ୍ୟରେ ଆସ୍ଥାନାଙ୍କୁ ସେ ୨ କୋଟି ଟଙ୍କା ବିଭିନ୍ନ କିସ୍ତିରେ ଦେଇଛନ୍ତି। ମାଂସ ରପ୍ତାନିକାରୀ ମୋଇନ କୁରେସୀ ମାମଲାରେ ତାଙ୍କୁ ଜଡ଼ିତ ନକରିବା ଲାଗି ସେ ଏହି ଉତ୍କୋଚ ଦେଇଥିବା ଅଭିଯୋଗ କରିିଥିଲେ।

ଅନ୍ୟପକ୍ଷରେ ଅସ୍ଥାନା ଅଭିଯୋଗ କରିଛନ୍ତି ଯେ ମୋଇନ କ୍ୟୁରେସୀ ମାମଲାରେ ତଦନ୍ତକୁ ବିଗାଡ଼ିବା ପାଇଁ ସତୀଶ ସନାଙ୍କ ଦ୍ଵାରା ସିବିଆଇ ମୁଖ୍ୟଙ୍କୁ ୨ କୋଟି ଟଙ୍କାର ଲାଞ୍ଚ ଦିଆଯାଇଛି। କିନ୍ତୁ ସତୀଶ ସନାଙ୍କୁ ଦେଶ ଛାଡ଼ିବାକୁ ବାରଣ କରାଯିବାରୁ ଏବଂ ତଦନ୍ତ ପ୍ରକ୍ରିୟାରେ ଯୋଗ ଦେବାକୁ କୁହାଯିବାରୁ ତାଙ୍କ ବିରୋଧରେ ସେ ଏହି ଷଡ଼ଯନ୍ତ୍ର ରଚିଛନ୍ତି। ତେବେ ଅସ୍ଥାନାଙ୍କ ବିରୋଧରେ ଲାଞ୍ଚ ଅଭିଯୋଗ ଆସିବା ପ୍ରଥମ ଘଟଣା ନୁହେଁ, ଏହା ପୂର୍ବରୁ ମଧ୍ୟ ସନ୍ଦରସରା ବ୍ରଦର୍ସ ମାମଲାରେ ଅସ୍ଥାନାଙ୍କ ବିରୋଧରେ ଲାଞ୍ଚ ଅଭିଯୋଗ ଆସିଥିଲା।

ସମ୍ବନ୍ଧିତ ଖବର