ସିବିଆଇ ଦପ୍ତରରେ ପହଞ୍ଚି ଦାୟିତ୍ୱ ନେଲେ ନିର୍ଦ୍ଦେଶକ ଆଲୋକ ବର୍ମା

ନୂଆଦିଲ୍ଲୀ: ସିବିଆଇ ନିର୍ଦ୍ଦେଶକ ଆଲୋକବର୍ମାଙ୍କୁ ପୁଣି ଥର ନିର୍ଦ୍ଦେଶକଭାବେ ଅବସ୍ଥାପିତ କରିବାକୁ ଗତକାଲି ସୁପ୍ରିମ୍‌ କୋର୍ଟଙ୍କ ଗୁରୁତ୍ୱପୂର୍ଣ୍ଣ ରାୟ ପରିପ୍ରେକ୍ଷୀରେ ଆଜି ଶ୍ରୀ ବର୍ମା ସୁବିଆଇ ମୁଖ୍ୟ ଦପ୍ତରରେ ପହଞ୍ଚିନିର୍ଦ୍ଦେଶକ ଭାବେ ଦାୟିତ୍ୱ ନେଇଛନ୍ତି। । ଚଳିତ ମାସ ୩୧ ତାରିଖରେ ଶ୍ରୀ ବମାଙ୍କ କାର୍ଯ୍ୟକାଳ ଶେଷ ହେବ।

ସୂଚନାଯୋଗ୍ୟ ଯେ ସିବିଆଇ ନିର୍ଦ୍ଦେଶକ ଭାବେ ଦୁଇବର୍ଷ କାର୍ଯ୍ୟ କରିବା ନେଇ ନିୟମ ଥିବା ସତ୍ତ୍ୱେ ସରକାର ସିବିଆଇ ନିର୍ଦ୍ଦେଶକ ଆଲୋକବର୍ମାଙ୍କୁ ଛୁଟିରେ ପଠାଇ ଦେଇଥିଲେ। ସେହିପରି ସ୍ୱତନ୍ତ୍ର ନିର୍ଦ୍ଦେଶକ ରାକେଶ ଅସ୍ଥାନାଙ୍କୁ ମଧ୍ୟ ସରକାର ଛୁଟିର ପଠାଇ ଦେଇଥିଲେ। ତାଙ୍କ ସ୍ଥାନରେ ଏମ ନାଗେଶ୍ୱର ରାଓଙ୍କୁ କାମଚଳା ନିର୍ଦ୍ଦେଶକଭାବେ ନିଯୁକ୍ତି ଦେଇଥିଲେ। କେନ୍ଦ୍ର ସରକାରଙ୍କ ଏହି ନିଷ୍ପତ୍ତି ବିରୋଧରେ ସିବିଆଇ ନିର୍ଦ୍ଦେଶକ ଆଲୋକ ବର୍ମା ସୁପ୍ରିମ କୋର୍ଟର ଆଶ୍ରୟ ନେଇଥିଲେ। ଏ ନେଇ ଗତ ଡିିସେମ୍ବର ୬ ତାରିଖରେ ଶୁଣାଣି ହୋଇଥିଲେ ମଧ୍ୟ ଏହାର ରାୟ ପ୍ରକାଶ ପାଇ ନ ଥିଲା। ଅନ୍ୟପକ୍ଷରେ ସିବିଆଇ ନିର୍ଦ୍ଦେଶକ ଶ୍ରୀ ବର୍ମା ଏବଂ ସ୍ୱତନ୍ତ୍ର ନିର୍ଦ୍ଦେଶକ ଶ୍ରୀ ଅସ୍ଥାନା ପରସ୍ପରଙ୍କ ବିରୋଧରେ ସଙ୍ଗିନ୍‌ ଲାଞ୍ଚ ଅଭିଯୋଗ ଆଣିଥିବାରୁ ତଦନ୍ତ ଲାଗି ଉଭୟଙ୍କୁ ଛୁଟିରେ ପଠାଯିବା ଜରୁରୀ ଥିଲା ବୋଲି ସରକାର ଦର୍ଶାଇଥିଲେ। ତେବେ ଏ ନେଇ ମଙ୍ଗଳବାର ସର୍ବୋଚ୍ଚ ଅଦାଲତ ରାୟ ଦେଇ କେନ୍ଦ୍ର ସରକାରଙ୍କ ଏହି ନିଷ୍ପତ୍ତିି ଆଇନତଃ ଅସିଦ୍‌ଦ ବୋଳି ଘୋଷଣା କରି ଶ୍ରୀ ବର୍ମାଙ୍କୁ ପୁଣି ସିବିଆଇ ନିର୍ଦ୍ଦେଶକ ପଦରେ ଅବସ୍ଥାପିତ କରିବାକୁ ନିର୍ଦ୍ଦେଶ ଦେଇଥିଲେ।। ତେବେ ଶ୍ରୀ ବର୍ମା କୌଣସି ଗୁରୁତ୍ୱପୂର୍ଣ୍ଣ ନୀତିଗତ ନିଷ୍ପତ୍ତି ନେବା ଉପରେ ମଧ୍ୟ ସୁପି୍ରମ କୋର୍ଟ ରୋକ୍‌ ଲଗାଇଛନ୍ତି। ତେବେ ଅଧିକାରୀଙ୍କ ବଦଳି ପ୍ରସଙ୍ଗ ପ୍ରଶାସନିକ ହୋଇଥିବାରୁ ଗତ ଅକ୍ଟୋବର ମାସରେ କାମଚଳା ନିର୍ଦ୍ଦେଶକ ଶ୍ରୀ ରାଓ ଯେଉଁ ଅଧିକାରୀମାନଙ୍କର ବଦଳି କରିଥିଲେ ସେମାନଙ୍କୁ ପୁଣି ପୂର୍ବସ୍ଥାନକୁ ଶୀ ବର୍ମା ଫେରାଇ ଆଣିପାରନ୍ତି ବୋଲି ଚର୍ଚ୍ଚା ହେଉଛି।

ସମ୍ବନ୍ଧିତ ଖବର