ସୁପ୍ରିମ୍‌କୋର୍ଟରେ ଆସନ୍ତାକାଲି ହେବ ସିବିଆଇ-ପଶ୍ଚିମବଙ୍ଗ ପୁଲିସ ବିବାଦ ମାମଲାର ଶୁଣାଣି

0 852

ନୂଆଦିଲ୍ଲୀ: ଆସନ୍ତାକାଲି ସିବିଆଇ ଓ ପଶ୍ଚିମବଙ୍ଗ ପୁଲିସ ମଧ୍ୟରେ ଉପୁଜି ଥିବା ବିବାଦ ମାମଲାର ଶୁଣାଣି ହେବ ବୋଲି ଭାରତର ପ୍ରଧାନ ବିଚାରପତି ରଞ୍ଜନ ଗୋଗୋଇ ସୋମବାର ଦିନ କହିଛନ୍ତି।

ସାରଦା ଚିଟ୍‌ ଫଣ୍ଡ୍‌ ମାମଲାରେ ଚାଲିଥିବା ତଦନ୍ତରେ ସହଯୋଗ କରିବାକୁ ପଶ୍ଚିମବଙ୍ଗ ସରକାର ଓ ପୁଲିସକୁ ନିର୍ଦେଶ ଦେବା ଲାଗି ସୋମବାର ଦିନ ସିବିଆଇ ସୁପ୍ରିମ୍‌ କୋର୍ଟରେ ଏକ ଅନ୍ତରୀଣ ଆବେଦନ କରିଥିଲେ। ସୁପ୍ରିମ୍‌ କୋର୍ଟଙ୍କର ପୂର୍ବ ଆଦେଶ ମାନୁ ନ ଥିବା ଦର୍ଶାଇ ସିବିଆଇ ଏଥିସହ ମମତା ବାନାର୍ଜୀ ପ୍ରଶାସନ ଏବଂ ରାଜ୍ୟ ପୁଲିସ ବିରୋଧରେ ଅଦାଲତ ଅବମାନନା କେସ୍‌ ମଧ୍ୟ ଦାଏର କରିଛି।

ଆବେଦନରେ ଦର୍ଶାଯାଇଥିଲା କି, କୋଲ୍‌କାତା ପୁଲିସ କମିସନର୍‌ ରାଜୀବ କୁମାରଙ୍କୁ ବହୁଥର ସମନ୍‌ ଦିଆଯାଇଛି, କିନ୍ତୁ ସେ କୌଣସି ଜବାବ ନ ଦେଇ ତଦନ୍ତରେ ବାଧା ସୃଷ୍ଟି କରିଛନ୍ତି।

ସିବିଆଇ ତରଫରୁ ସଲିସିଟର୍‌ ଜେନେରାଲ୍‌ ତୁଷାର ମେହେଟା ସୁପ୍ରିମ୍‌ କୋର୍ଟରେ ହାଜର ହୋଇ କହିଥିଲେ କି ଆମ ଟିମ୍‌କୁ ଗିରଫ କରାଯାଇ ହାଜତରେ ରଖାଯାଇଥିଲା। କୋଲ୍‌କାତା ପୁଲିସ କମିସନର୍‌ ତୁରନ୍ତ ଆତ୍ମସମର୍ପଣ କରିବା ଉଚିତ।

ପଶ୍ଚିମବଙ୍ଗ ସରକାରଙ୍କ ତରଫରୁ ବରିଷ୍ଠ ଆଡ୍‌ଭୋକେଟ୍‌ ଅଭିଷେକ ମନୁ ସିଙ୍ଗଭି ସୁପ୍ରିମ୍‌ କୋର୍ଟର ଖଣ୍ଡପୀଠଙ୍କୁ କହିଲେ, କୋଲ୍‌କାତା ପୁଲିସ କମିସନର୍‌ ମାମଲାରେ ଅଭିଯୁକ୍ତ ନୁହନ୍ତି, ଜଣେ ସାକ୍ଷୀ।

ଆସନ୍ତାକାଲି ମାମଲା ଶୁଣାଣି ସମୟକୁ ସମସ୍ତ ଦଲିଲପତ୍ର ପ୍ରସ୍ତୁତ କରିବାକୁ ପଶ୍ଚିମବଙ୍ଗ ସରକାରଙ୍କ ତରଫରୁ ହାଜର ହୋଇଥିବା ଆଡ୍‌ଭୋକେଟ୍‌ଙ୍କୁ ସୁପ୍ରିମ୍‌ କୋର୍ଟଙ୍କ ଖଣ୍ଡପୀଠ କହିଛନ୍ତି।

ସମ୍ବନ୍ଧିତ ଖବର

Leave A Reply

Your email address will not be published.