ସିବିଆଇର ସ୍ୱତନ୍ତ୍ର ନିର୍ଦେଶକ ଅସ୍ଥାନାଙ୍କ ବିରୋଧରେ ଆଗତ ଏଫ୍‌ଆଇଆର୍‌ର ତଦନ୍ତକାରୀ ଅଧିକାରୀ ବଦଳି ବାତିଲ୍‌ ଲାଗି ସୁପ୍ରିମ୍‌ କୋର୍ଟ ଗଲେ

ନୂଆଦିଲ୍ଲୀ: ସିବିଆଇର ସ୍ୱତନ୍ତ୍ର ନିର୍ଦେଶକ ରାକେଶ ଅସ୍ଥାନାଙ୍କ ବିରୋଧରେ ଆଗତ ଏଫ୍‌ଆଇଆର୍‌ର ତଦନ୍ତ କରୁଥିବା ଜଣେ ସିବିଆଇ ଅଧିକାରୀ ମହାରାଷ୍ଟ୍ରର ନାଗପୁରକୁ ହୋଇଥିବା ତାଙ୍କ ବଦଳି ଆଦେଶ ବାତିଲ କରାଇବାକୁ ସୋମବାର ଦିନ ସୁପ୍ରିମ୍‌ କୋର୍ଟରେ ଆବେଦନ କରିଛନ୍ତି।

କୁହାଯାଉଥିବା ଦୁର୍ନୀତି ମାମଲାରେ ସମ୍ପୃକ୍ତ ଅସ୍ଥାନାଙ୍କ ଭୂମିକା ଉପରେ ତଦନ୍ତ କରୁଥିବା ଟିମ୍‌ରେ ବଦଳି ଆଦେଶ ପାଇଥିବା ଆଇପିଏସ୍‌ ଅଧିକାରୀ ମନୀଷ କୁମାର ସିହ୍ନା ଅନ୍ୟତମ। ମଙ୍ଗଳବାର ଦିନ ତାଙ୍କ ଆବେଦନର ଜରୁରୀ ଶୁଣାଣି ପାଇଁ ସେ ପ୍ରଧାନ ବିଚାରପତି ଜଷ୍ଟିସ୍‌ ରଞ୍ଜନ ଗୋଗୋଇଙ୍କ ନେତୃତ୍ୱାଧୀନ ଖଣ୍ଡପୀଠରେ ଆବେଦନ କରିଛନ୍ତି।

ଜଷ୍ଟିସ୍‌ ଏସ୍‌ କେ କୌଲ ଏବଂ କେ ଏମ୍‌ ଜୋସେଫ ଥିବା ଉକ୍ତ ଖଣ୍ଡପୀଠ ମଙ୍ଗଳବାର ଦିନ ଲାଗି ନିର୍ଦ୍ଧାରିତ ହୋଇଥିବା ସିବିଆଇ ନିର୍ଦେଶକ ଆଲୋକ ବର୍ମାଙ୍କ ଆବେଦନର ଶୁଣାଣି କରିବେ। ତାଙ୍କୁ ବାଧ୍ୟତାମୂଳକ ଭାବେ  ଛୁଟିରେ ପଠାଇବାକୁ ସରକାର ନେଇଥିବା ନିଷ୍ପତ୍ତିକୁ ସେ ସୁପ୍ରିମ୍‌ କୋର୍ଟରେ ଚାଲେଞ୍ଜ୍‌ କରିଥିଲେ।

ସିହ୍ନା କହିଛନ୍ତି ସେ ମଙ୍ଗଳବାର ଦିନ ବର୍ମାଙ୍କ ଆବେଦନ ସହ ତାଙ୍କ ଆବେଦନର ମଧ୍ୟ ଶୁଣାଣି କରାଯିବ।

ସେ ଅଭିଯୋଗ କରିଛନ୍ତି କି, ତାଙ୍କୁ ନାଗପୁରକୁ ବଦଳି କରାଯିବା ଫଳରେ ଅସ୍ଥାନାଙ୍କ ବିରୋଧରେ ଆଗତ ଏଫ୍‌ଆଇଆର୍‌ ତଦନ୍ତକାରୀ ଟିମ୍‌ରୁ ସେ ବାଦ ପଡ଼ି ଯାଉଛନ୍ତି।

ସମ୍ବନ୍ଧିତ ଖବର