ଆଇସିଆଇସିଆଇ-ଭିଡିଓକୋନ୍‌ ଋଣ ମାମଲା: ଏଫ୍‌ଆଇଆର୍‌ ଦେଲା ସିବିଆଇ

ନୂଆଦିଲ୍ଲୀ: ପ୍ରତିଦାନ ଭିତ୍ତିରେ ଭିଡିଓକୋନ୍‌ ଗ୍ରୁପ୍‌କୁ ଋଣ ଯୋଗାଣରେ ସମ୍ପୃକ୍ତି ଥିବା କାରଣରୁ ଆଇସିଆଇସିଆଇ ବ୍ୟାଙ୍କ୍‌ ଏବଂ ତାହାର ପୂର୍ବତନ ସିଇଓ ଚନ୍ଦା କୋଚ୍ଚର ଏବଂ ତାଙ୍କ ପରିବାରର ସଦସ୍ୟମାନଙ୍କ ବିରୋଧରେ ଗୁରୁବାର ଦିନ ସିବିଆଇ ଏଫ୍‌ଆଇଆର୍‌ ରେଜିଷ୍ଟ୍ରି କରିଛି।

ମୁମ୍ବାଇ ଏବଂ ଔରଙ୍ଗାବାଦ ଠାରେ ଥିବା ଭିଡିଓକୋନ୍‌ର ମୁଖ୍ୟାଳୟରେ ସିବିଆଇ ଚଢ଼ାଉ ମଧ୍ୟ କରୁଛି। ଚନ୍ଦା କୋଚ୍ଚରଙ୍କ ସ୍ୱାମୀ ଦୀପକ କୋଚ୍ଚର ଦ୍ୱାରା ପରିଚାଳିତ ନୁପାଓ୍ଵାର୍‌ କମ୍ପାନିର କାର୍ଯ୍ୟାଳୟରେ ବି ସିବିଆଇ ତଲା ଅଭିଯାନ ଚଳାଇଛି।

ଆଇସିଆସିଆଇ ବ୍ୟାଙ୍କ୍‌-ଭିଡିଓକୋନ୍‌ ଋଣ ମାମଲାରେ ୩୨୫୦ କୋଟି ଟଙ୍କା ଅନିୟମିତତା ଅଭିଯୋଗ ହୋଇଛି। କୁହାଯାଉଛି ଯେ ୨୦୧୨ରେ ଆଇସିଆଇସିଆଇ ବ୍ୟାଙ୍କ୍‌ରୁ ୩୨୫୦ କୋଟି ଟଙ୍କା ଋଣ ପାଇବା କିଛି ମାସ ପରେ ଭିଡିଓକୋନ୍‌ ପ୍ରସାରକ ବେଣୁଗୋପାଳ ଧୂତ ନୁପାଓ୍ଵାର କମ୍ପାନିରେ କୋଟି କୋଟି ଟଙ୍କା ବିନିଯୋଗ କରିଥିଲେ।

ପୂର୍ବରୁ ସେବିର ପ୍ରାଥମିକ ତଦନ୍ତ ଅନୁସାରେ, ଦୀପକ କୋଚ୍ଚରଙ୍କ ଗତ କେତେ ବର୍ଷ ହେବ ଭିଡିଓକୋନ୍‌ ଗ୍ରୁପ୍‌ ସହ ଅନେକ ବ୍ୟାବସାୟିକ କାରବାର ଥିଲା। ଏହା ବ୍ୟତିରେକେ, ଅନ୍ୟାନ୍ୟ ସହଯୋଗୀଙ୍କ ସହ ଦୀପକ ଏବଂ ଭିଡିଓକୋନ୍‌ ମୁଖ୍ୟ ବେଣୁଗୋପାଳ ଧୂତ ନୁପାଓ୍ଵାର୍‌ର ସହସଂସ୍ଥାପକ ଏବଂ ପ୍ରସାରକ।

ସମ୍ବନ୍ଧିତ ଖବର