ପ୍ରକାଶ ପାଇଲା ସିବିଏସଇ ଦ୍ୱାଦଶ ଶ୍ରେଣୀ ପରୀକ୍ଷା ଫଳ

ଭୁବନେଶ୍ୱର: ଆଜି ସିବିଏସଇ ଦ୍ୱାଦଶ ଶ୍ରେଣୀ ପରୀକ୍ଷା ପ୍ରକାଶ  ପାଇଛିି। ସିବିଏସଇ ପରିକ୍ଷାରେ ଗାଜିଆବାଦର ମେଘନା  ଶ୍ରୀବାସ୍ତବ ୫ଶହରୁ ୪୯୯ ନମ୍ବରରଖି  ଟପ୍‌ ହୋଇଛନ୍ତି। ସେହିପରି ଗାଜିଆବାଦର  ଅନୌସ୍କା ଚନ୍ଦ୍ରା ୪୯୮ ନମ୍ବର ରଖି ଦ୍ୱିତୀୟ ସ୍ଥାନ ପାଇଥିିବାବେଳେ  ୭ ଜଣ ୪୯୭ ନମ୍ବରରଖି ତୃତୀୟ ସ୍ଥାନରେ ରହିଛନ୍ତି। ଗତବର୍ଷ ତୁଳନାରେ ଏଥର ସିବିଏସଇ ପରୀକ୍ଷା ଫଳ ଭଲ ହୋଇଛି। ଗତବର୍ଷ ୮୨.୦୨ ପ୍ରତିଶତ ଛାତ୍ରଛାତ୍ରୀ ଉତ୍ତୀର୍ଣ୍ଣ ହୋଇଥିବା  ବେଳେ  ଚଳିତ ବର୍ଷ ୮୩.୦୧ ପ୍ରତିଶତ ଛାତ୍ରଛାତ୍ରୀ ଉତ୍ତୀର୍ଣ୍ଣ ହୋଇଛନ୍ତି।  ତେବେ ଜୋନ୍‌ସ୍ତରରେ ତ୍ରିଭେନ୍ଦୟ୍ରମ ସବୁଠାରୁ ଭଲ କରିଛି। ତ୍ରିଭେନ୍ଦ୍ରମ ଜୋନରେ  ୯୭.୩୨ ପ୍ରତିଶତ ଛାତ୍ର ଛାତ୍ରୀ ଉତ୍ତୀର୍ଣ୍ଣ ହୋଇଥିବା ବେଳେ  ଚେନ୍ନାଇର ୯୩.୮୭ ପ୍ରତିଶତ, ଦିଲ୍ଲୀର ୮୯ ପ୍ରତିଶତ  ଛାତ୍ରଛାତ୍ରୀ ଉତ୍ତୀର୍ଣ୍ଣ ହୋଇଛନ୍ତି। ସେହିପରି  ଚଳିତ ବର୍ଷ ମଧ୍ୟ ଛାତ୍ରୀମାନେ ଛାତ୍ରମାନଙ୍କୁ ପଛରେ ପକାଇ ଦେଇଛନ୍ତି। ଦ୍ୱାଦଶ ଶ୍ରେଣୀ ପରୀକ୍ଷାରେ ୮୮.୩୧ ପ୍ରତିଶତ ଛାତ୍ରୀ ଉତ୍ତୀର୍ଣ୍ଣ ହୋଇଥିବା ବେଳେ ୭୮.୯୯ ପ୍ରତିଶତ ଛାତ୍ର ଉତ୍ତୀର୍ଣ୍ଣ ହୋଇଛନ୍ତି।

ସମ୍ବନ୍ଧିତ ଖବର