ସିବିଏସ୍‌ଇ ଦ୍ୱାଦଶ ଶ୍ରେଣୀ ଅର୍ଥନୀତି ପ୍ରଶ୍ନପତ୍ର ଲିକ୍‌ ଘଟଣାରେ ୩ ଗିରଫ

ନୂଆଦିଲ୍ଲୀ: ସିବିଏସ୍‌ଇ ଦ୍ୱାଦଶ ଶ୍ରେଣୀ ଅର୍ଥନୀତି ପ୍ରଶ୍ନପତ୍ର ଲିକ୍‌ ଘଟଣାରେ ସଂପୃକ୍ତ ଥିବା ଅଭିଯୋଗରେ କ୍ରାଇମ୍‌ ବ୍ରାଞ୍ଚ ପୋଲିସ୍‌ ତିନି ଜଣଙ୍କୁ ହିମାଚଳ ପ୍ରଦେଶରୁ ଗିରଫ କରିଛି। ଗିରଫ ହୋଇଥିବା ବ୍ୟକ୍ତିମାନଙ୍କ ମଧ୍ୟରେ ଜଣେ ଶିକ୍ଷକ ଥିବା ବେଳେ ଅନ୍ୟ ଜଣେ ହେଉଛନ୍ତି ସ୍କୁଲ କ୍ଲର୍କ ଏବଂ ଅନ୍ୟଜଣେ ପିଅନ୍‌ ଥିବା ଜାଣିବାକୁ ମିଳିଛି।


କ୍ରାଇମ୍‌ ବ୍ରାଞ୍ଚ୍‌ ସୂତ୍ରରୁ ହସ୍ତଗତ ହୋଇଥିବା ରିପୋର୍ଟରୁ ପ୍ରକାଶ ହିମାଚଳ ପ୍ରଦେଶର ଉନା ଜିଲ୍ଲାର ଏକ ଡିଏଭି ସ୍କୁଲରେ ସିବିଏସ୍‌ଇ ପକ୍ଷରୁ ହୋଇଥିବା ଏକ ପରୀକ୍ଷା କେନ୍ଦ୍ରର ସୁପରିଣ୍ଟେଣ୍ଡେଣ୍ଟ ଦାୟିତ୍ୱରେ ଥିବା ରାକେଶ, କ୍ଲର୍କ ଅମିତ୍‌ ଓ ପିଅନ୍‌ ଅଶୋକଙ୍କୁ ସିବିଏସ୍‌ଇ ଦ୍ୱାଦଶ ଶ୍ରେଣୀ ଅର୍ଥନୀତି ପ୍ରଶ୍ନପତ୍ର ଲିକ୍‌ ଘଟଣାରେ ସଂପୃକ୍ତ ଥିବା ଅଭିଯୋଗରେ କ୍ରାଇମ୍‌ ବ୍ରାଞ୍ଚ୍‌ର ଏକ ସ୍ୱତନ୍ତ୍ର ଟିମ୍‌ ହିମାଚଳ ପ୍ରଦେଶରୁ ଗିରଫ କରିବା ସହ ସେମାନଙ୍କୁ ଏବେ ସଙ୍ଗରେ ଧରି ଦିଲ୍ଲୀ ଆଣୁଛି। କ୍ରାଇମ୍‌ ବ୍ରାଞ୍ଚର ତଦନ୍ତକାରୀ ଅଧିକାରୀଙ୍କ ସୂତ୍ରରୁ ପ୍ରକାଶ ସୁପରିଣ୍ଟେଣ୍ଡେଣ୍ଟ ରାକେଶ ପ୍ରଶ୍ନ ପତ୍ର ପ୍ୟାକେଟ ଖୋଲି ପ୍ରଶ୍ନ ପତ୍ର ବାହାର କରିବା ସହ ପ୍ରଶ୍ନ ପତ୍ରର ହାତଲେଖା ନକଲ ପ୍ରସ୍ତତ କରି ତା’କୁ କ୍ଲର୍କ ଅମିତ୍‌ ଓ ପିଅନ୍‌ ଅଶୋକଙ୍କ ହାତରେ ଲିକ୍‌ କରାଇଥିଲେ।

ସମ୍ବନ୍ଧିତ ଖବର