ସିବିଏସଇର ନୂଆ ବ୍ୟବସ୍ଥା : ୨୦୨୦ରୁ ଦଶମ ଶ୍ରେଣୀ ଛାତ୍ରଛାତ୍ରୀଙ୍କ ଗଣିତ ପରୀକ୍ଷା ଢ଼ାଞ୍ଚା ବଦଳିବ

ନୂଆଦିଲ୍ଲୀ: କେନ୍ଦ୍ର ମାଧ୍ୟମିକ ଶିକ୍ଷା ବୋର୍ଡ (ସିବିଏସଇ)  ଦଶମ ଶ୍ରେଣୀ ଛାତ୍ରଛାତ୍ରୀଙ୍କ ପାଇଁ ଖୁସି ଖବର । ଆସନ୍ତା ବର୍ଷଠାରୁ ବଦଳିବ ସିବିଏସଇ ଦଶମ ଶ୍ରେଣୀ ଛାତ୍ରଛାତ୍ରୀଙ୍କ ଗଣିତ ପରୀକ୍ଷାର ରୂପରେଖ । ଆସନ୍ତା ବର୍ଷରୁ ଦଶମ ଶ୍ରେଣୀ ଛତ୍ରଛାତ୍ରୀମାନେ ଦୁଇଟି ବିକଳ୍ପରେ ପରୀକ୍ଷା କରିବାକୁ ଯୋଜନା କରିଛନ୍ତି କେନ୍ଦ୍ର ମାଧ୍ୟମିକ ଶିକ୍ଷା ବୋର୍ଡ଼ ବା ସିବିଏସଇ ।  ସିବିଏସଇର ସୂଚନା ମୁତାବକ ବୋର୍ଡ ପରୀକ୍ଷା ୨୦୨୦ ପାଇଁ ଦଶମ ଶ୍ରେଣୀ ଛାତ୍ରଙ୍କ ନିମନ୍ତେ ଏକ ‘ବେସିକ୍’ ଏବଂ ଏକ ‘ଷ୍ଟାଣ୍ଡାର୍ଡ’  ଗଣିତ ଆରମ୍ଭ କରିବାକୁ ନିଷ୍ପତ୍ତି ନିଆଯାଇଛି ।

ତେବେ ଆସନ୍ତା ବର୍ଷ ଠାରୁ ସିବିଏସଇ ଛାତ୍ରଛାତ୍ରୀଙ୍କୁ ଗଣିତ ବେସିକ୍ ଏବଂ ଷ୍ଟାଣ୍ଡାର୍ଡ ଗଣିତ ଉପରେ ପରୀକ୍ଷା କରିବାକୁ ଯୋଜନାର ପ୍ରସ୍ତାବ ଦେଇଛି । ଗଣିତକୁ ବର୍ତମାନ ସ୍ତର, ଗୁଣମାନ ଏବଂ ପାଠ୍ୟକ୍ରମ ଉଭୟ ସମାନ ରହିବ । ମୁଖ୍ୟତଃ ବୋର୍ଡ ପରୀକ୍ଷା ସମୟରେ ଛାତ୍ରଛାତ୍ରୀଙ୍କ ସଠିକ୍ ମୂଲ୍ୟାଙ୍କନ କିଭଳି କରାଯିବ । ସେ ନେଇ ବିଭିନ୍ନ ପଦକ୍ଷେପ ଗ୍ରହଣ କରିବାକୁ ନିଷ୍ପତ୍ତି ନିଆଯାଇଛି ।

ସେପଟେ ଏଲଓସି ଭରିବା ସମୟରେ ଛାତ୍ରଛାତ୍ରୀଙ୍କ ପାଖରେ ଗଣିତ ଷ୍ଟାଣ୍ଡାର୍ଡ କିମ୍ବା ଗଣିତ ବେସିକ ପାଇଁ ଚୟନ କରିବାକୁ ବିକଳ୍ପ ରହିବ । ଉଚ୍ଚ ଶ୍ରେଣୀରେ ଗଣିତ ପଢିବା ପାଇଁ ରୁଚି ରଖିଥିବା ଛାତ୍ରଙ୍କ ପାଇଁ ଷ୍ଟାଣ୍ଡାର୍ଡ଼ ଗଣିତ ରହିବ ଏବଂ ଆଗକୁ ନପଢିବା ପାଇଁ ରୁଚି ରଖିଥିବା ଛାତ୍ରଙ୍କ ପାଇଁ ବେସିକ ଗଣିତ ରଖାଯାଇଛି । ତେବେ ବଦଳିବାକୁଥିବା ଏହି ନିୟମରେ ସିବିଏସଇ ସିଲାବସ୍,କ୍ଲାସରୁମ ପଢ଼ାଶୈଳୀ କିମ୍ବା ଗାଣିତିକ ସଂରଞ୍ଜାମରେ କୌଣସି ପରିବର୍ତ୍ତନ ହେବ ନାହିଁ ବୋଲି ବୋର୍ଡ଼ ପକ୍ଷରୁ ସୂଚନା ଦିଆଯାଇଛି ।

ସମ୍ବନ୍ଧିତ ଖବର