ଜମ୍ପସୁଟ୍‌ ପିନ୍ଧି ସିବିଏସ୍‌ଇ ନେଟ୍‌ ପରୀକ୍ଷା ଦେବାକୁ ଯାଇଥିଲେ ଛାତ୍ରୀ, ପୋଷାକୁ ଦେଖି ପରୀକ୍ଷାରେ ବସିବାକୁ ଦେଲେ ନାହିଁ ନିରୀକ୍ଷକ

ନୂଆଦିଲ୍ଲୀ: ଜମ୍ପସୁଟ୍‌ ପିନ୍ଧ ପରୀକ୍ଷା ଦେବାକୁ ଯାଇଥିବାରୁ ଦିଲ୍ଲୀରେ ଜଣେ ଛାତ୍ରୀଙ୍କୁ କର୍ତ୍ତୃପକ୍ଷ ପରୀକ୍ଷାରେ ବସିବାକୁ ନ ଦେବା ଘଟଣା ଏବେ ସମସ୍ତଙ୍କୁ ଆଶ୍ଚର୍ଯ୍ୟ କରିଛି । ଛାତ୍ରୀଙ୍କୁ ପରୀକ୍ଷାରେ ବସିବାକୁ ମନା କରି ଘରକୁ ଯିବା ପାଇଁ କହିବାରୁ ଛାତ୍ରୀଜଣଙ୍କ ଘରକୁ ଆସି ନିଜ ସହ ଘଟିଥିବା ଘଟଣା ବିଷୟରେ ଫେସ୍‌ବୁକ୍‌ରେ ଲେଖି ପୋଷ୍ଟ କରିଥିଲେ । ଯାହା ପରେ ପୂରା ଘଟଣା ସାମ୍ନାକୁ ଆସିଥିଲା ।
ସୂଚନା ମୁତାବକ, ଇଂରାଜୀରେ ସ୍ନାତକତ୍ତୋର କରୁଥିବା ତିରନା ସେନ୍‌ଗୁପ୍ତାଙ୍କର ଜୁଲାଇ ୮ରେ ଦିଲ୍ଲୀ ପବ୍ଲିକ୍‌ ସ୍କୁଲରେ ସିବିଏସ୍‌ଇ ଦ୍ୱାରା ଆୟୋଜିତ କରାଯାଇଥିବା ନେଟ୍‌ ପରୀକ୍ଷା ଥିଲା । ପରୀକ୍ଷା ଦେବାକୁ ଯିବା ପରେ ସ୍କୁଲର ଗେଟ୍‌ ସାମ୍ନାରେ ତୁମେ ଏପରି ପୋଷାକ ପିନ୍ଧି ପରୀକ୍ଷା ଦେଇ ପାରିବ ନାହିଁ ବୋଲି କହି ତିରନାଙ୍କୁ ଘରକୁ ଯିବା ପାଇଁ କହିଥିଲେ ନିରୀକ୍ଷକ । ଯାହା ଶୁଣିବା ପରେ ତିରନାଙ୍କୁ ବହୁତ ଖରାପ ଲାଗିଥିଲା ।

India.com

ତାଙ୍କ କହିବା ଅନୁଯାୟୀ, ମୁଁ ଆଗରୁ ଜମ୍ପସୁଟ୍‌ ପିନ୍ଧି ଅନେକ ପରୀକ୍ଷା ଦେଇଛି । କିନ୍ତୁ ଏଭଳି ଘଟଣା ମୋ ସହ ଆଗରୁ ଘଟି ନଥିଲା । ଯଦି ନେଟ ପରୀକ୍ଷା ପାଇଁ କୌଣସି ନିର୍ଦ୍ଦିଷ୍ଟ ପୋଷାକ ପିନ୍ଧିବା ପାଇଁ କୁହାଯାଇଥାନ୍ତି, ତା’ହେଲେ ମୁଁ ନିଶ୍ଚୟ ସେଭଳି ପୋଷାକ ପିନ୍ଧିଥାନ୍ତି । କିନ୍ତୁ ସେଭଳି କିଛି ଗାଇଡ଼୍‍ଲାଇନ୍‌ ନଥାଇ ମଧ୍ୟ ମୋତେ ପରୀକ୍ଷା ଦେବାକୁ ମନା କରାଗଲା । ଯାହା ପାଇଁ ଘରକୁ ଆସି ସାଲଓ୍ଵାର ପିନ୍ଧିଯିବା ପରେ ପରୀକ୍ଷା ଦେଇ ପାରିଥିଲି ବୋଲି ତିରନା ଫେସ୍‌ବୁକ୍‌ରେ ଲେଖି ପୋଷ୍ଟ କରିଥିଲେ ।

ସମ୍ବନ୍ଧିତ ଖବର