ଭୁଅାଁ ବୁଲାଉଛି କେନ୍ଦ୍ର: ଆଣ୍ଟୋନୀ

ନୂଆଦିଲ୍ଲୀ: ରାଫେଲ୍‌ ଚୁକ୍ତିର ସବିଶେଷ ତଥ୍ୟ ପ୍ରକାଶ କରିବା ନେଇ କୌଣସି ଅସୁବିଧା ନାହିଁ। ଏ ନେଇ ଫ୍ରାନ୍ସ ଓ ଭାରତ ମଧ୍ୟରେ କୌଣସି ରାଜିନାମା ମଧ୍ୟ ହୋଇନାହିଁ। ତେଣୁ ବିଜେପି ସରକାର ବାରମ୍ବାର ଏହି ରାଜିନାମାକୁ ଆଧାର କରି ରାପେଲ୍‌ ଚୁକ୍ତିର ମୂଲ୍ୟକୁ ଲୁଚାଇବାକୁ ପ୍ରୟାସ କରୁଛି। ଏଭଳି କରି ସରକାର ରାଷ୍ଟ୍ରକୁ ଭୁଅାଁ ବୁଲାଉଛନ୍ତି। ବରିଷ୍ଠ କଂଗ୍ରେସ ନେତା ତଥା ପୂର୍ବତନ ପ୍ରତିରକ୍ଷା ମନ୍ତ୍ରୀ ଏ କେ ଆଣ୍ଟୋନୀ ସୋମବାର ଏଭଳି କହିଛନ୍ତି। ଏକ ଖବରଦାତା ସମ୍ମିଳନୀରେ ସୂଚନା ଦେଇ ଆଣ୍ଟୋନୀ କହିଛନ୍ତି, ରାଫେଲ୍‌ ବିମାନର ମୂଲ୍ୟ ବିଜେପି ନେତୃତ୍ୱାଧୀନ ସରକାରଙ୍କୁ ସାର୍ବଜନୀନ କରିବାକୁ ହେବ। ଏ ନେଇ କୌଣସି ପ୍ରତିବନ୍ଧକ ନାହିଁ। ଅନ୍ୟପକ୍ଷରେ କେନ୍ଦ୍ର ସରକାର ଯଦି ବାରମ୍ବାର ଚୁକ୍ତି ମୂଲ୍ୟ ଗୋପନ ରଖିବା ପାଇଁ ଚେଷ୍ଟା କରନ୍ତି, ତେବେ ଏହାର ତଦନ୍ତ ହେବା ଆବଶ୍ୟକ। ସିଏଜି ଏବଂ ପବ୍ଲିକ୍‌ ଆକାଉଣ୍ଟ କମିଟି ଦ୍ୱାରା ଏହାର ଯାଞ୍ଚ ହେବା ଦରକାର। ଯଦି ସେଭଳି ରାଜିନାମା ହୋଇଥାଏ, ଏହି ତଥ୍ୟକୁ ଗୋପନ ରଖାଯିବ।

ସମ୍ବନ୍ଧିତ ଖବର