କେନ୍ଦ୍ରମନ୍ତ୍ରୀଙ୍କ ବିବାଦୀୟ ବୟାନ ‘ରାହୁଲ ମାନସିକ ରୋଗରେ ପୀଡ଼ିତ’

ପାଟନା: କଂଗ୍ରେସ ଅଧ୍ୟକ୍ଷ ରାହୁଲ ଗାନ୍ଧୀ ରାଫେଲ୍‌ ଯୁଦ୍ଧ ବିମାନ ଚୁକ୍ତି ପ୍ରସଙ୍ଗରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କୁ ସବୁବେଳେ ଘେରୁଥିବା ବେଳେ ଆଜି କେନ୍ଦ୍ର ମନ୍ତ୍ରୀ ଅଶ୍ୱିନୀ କୁମାର ଚୌବେ ରାହୁଲଙ୍କୁ କଡ଼ା ସମାଲୋଚନା କରିଛନ୍ତି। କେନ୍ଦ୍ର ସ୍ୱାସ୍ଥ୍ୟ ଏବଂ ପରିବାର କଲ୍ୟାଣ ରାଷ୍ଟ୍ର ମନ୍ତ୍ରୀ ଚୌବେ କହିଛନ୍ତି ଯେ ପ୍ରଧାନମନ୍ତ୍ରୀ ଆକାଶ ସଦୃଶ। କିନ୍ତୁ ରାହୁଲ ଗାନ୍ଧୀ ନାଳର ପୋକ। ଏମିତି କି ରାହୁଲ ସିଜୋଫ୍ରେନିଆ (ଏକପ୍ରକାର ମାନସିକ ରୋଗ)ରେ ପୀଡ଼ିତ ବୋଲି ସେ କହିଛନ୍ତି। ‘‘ରାହୁଲ ଗାନ୍ଧୀ ନିଜକୁ ଶ୍ରେଷ୍ଠ ଓ ଜ୍ଞାନୀ କହୁଛନ୍ତି ଏବଂ ମୋଦୀଙ୍କୁ ସେ ରାଫେଲ୍‌ ଚୁକ୍ତି ମାମଲାରେ ମିଛୁଆ ବୋଲି କହୁଛନ୍ତି। ଏଭଳି କଥା କେବଳ ସିଜୋଫ୍ରେନିଆରେ ପୀଡ଼ିତ ଜଣେ ବ୍ୟକ୍ତି ହିଁ କହିପାରେ ବୋଲି ସେ କହିଛନ୍ତି।

ସମ୍ବନ୍ଧିତ ଖବର