କେନ୍ଦ୍ରୀୟ ସଶସ୍ତ୍ର ପୁଲିସ ବଳର ଯବାନଙ୍କ ପାଇଁ ଖୁସି ଖବର , ଏବେ ୫୭ ବଦଳରେ ୬୦ ବର୍ଷରେ ନେଇପାରନ୍ତି ଅବସର

ନୂଆଦିଲ୍ଲୀ :ସବୁ କେନ୍ଦ୍ରୀୟ ସଶସ୍ତ୍ର ପୁଲିସ ବଳର ଯବାନ ଏବେ ୬୦ ବର୍ଷ ବୟସରେ ଅବସର ନେବେ । ସୋମବାର ଜାରି କରାଯାଇଥିବା ସରକାରୀ ଆଦେଶରେ ଏହା ଘୋଷଣା କରାଯାଇଛି ।  କେନ୍ଦ୍ରୀୟ ଗୃହ ମନ୍ତ୍ରାଳୟ ଆଦେଶରେ କୁହାଯାଇଛି ଯେ ସେନାର ସବୁ କର୍ମଚାରୀ କେନ୍ଦ୍ରୀୟ ରିଜର୍ଭ ପୁଲିସ ବଳ,ସୀମା ସୁରକ୍ଷା ବଳ ,ଭାରତ-ତିବ୍ଦତ ସୀମା ପୁଲିସ , ସଶସ୍ତ୍ର ସୀମା ବଳ ୫୭ ବଦଳରେ ଏବେ ୬୦ ବର୍ଷ ବୟସରେ ଅବସର ନେବେ । ପ୍ରଥମେ କିଛି ପଦବୀ ପାଇଁ ଅଧିକାରୀ ତଥା କର୍ମୀଙ୍କ ବୟସ ସୀମା ୫୭ ବର୍ଷ ଥିଲା,  କିନ୍ତୁ ଏବେ ଏହା ବଢି ୬୦ ହୋଇଯାଇଛି ।

ବର୍ତ୍ତମାନର ନିୟମ ମୁତାବକ କେନ୍ଦ୍ରୀୟ ସୁରକ୍ଷା ବଳ ଏବଂ ଆସାମ ରାଇଫଲ୍ସ ଯବାନ ୬୦ ବର୍ଷ ବୟସରେ ସେବାରୁ ଅବସର ନେଉଛନ୍ତି । ସିଆରପିଏଫ୍ ,ବିଏସଏଫ୍ , ଆଇଟିବିପି ଏବଂ ଏସଏସବିରେ ବର୍ତ୍ତମାନ କନେଷ୍ଟବଳଠାରୁ ଆରମ୍ଭ କରି କମାଣ୍ଡେଣ୍ଟ୍ ସ୍ତରର କର୍ମୀଙ୍କ ଅବସର ବୟସ ୫୭ ବର୍ଷ ରହିଛି । କିନ୍ତୁ ଉଚ୍ଚ ପଦର ଅଧିକାରୀଙ୍କ ଅବସର ବୟସସୀମା ୬୦ ବର୍ଷ ରହିଛି ।

photo-JANSATTA

ବର୍ତ୍ତମାନ ଗୃହ ମନ୍ତ୍ରାଳୟ ପକ୍ଷରୁ ଏହି ଆଦେଶକୁ ପାଳନ କରିବା ପାଇଁ ସବୁ ସୁରକ୍ଷା ବଳଙ୍କୁ ନିର୍ଦ୍ଦେଶ ଦିଆଯାଇଛି । ଏହି ସୁରକ୍ଷା ବଳଙ୍କୁ ସାରା ଦେଶରେ ଆନ୍ତରିକ ସୁରକ୍ଷା ସହ ଜଡିତ ଥିବା ବିଭିନ୍ନ ଦାୟିତ୍ୱ ପ୍ରଦାନ କରାଯାଇଥାଏ, ଯେଉଁଥିରେ ସୀମାରେ ପ୍ରହରା ଦେବା , ଆତଙ୍କବାଦ ଏବଂ ନକ୍ସଲ ବିରୋଧ ଅଭିଯାନ ଏବଂ ଆଇନ୍ ବ୍ୟବସ୍ଥା ବଜାୟ ରଖିବା ସାମିଲ୍ ରହିଛି ।

ସମ୍ବନ୍ଧିତ ଖବର