ଖାଉଟିଙ୍କୁ ଜିଏସଟି ଲାଭ ସୁନିଶ୍ଚିତ କରାଅ

ରାଜ୍ୟମାନଙ୍କୁ କେନ୍ଦ୍ରର ପତ୍ର

ନୂଆଦିଲ୍ଲୀ : ଜିଏସଟିର ଲାଭ ଯେଭଳି ଉପଭୋକ୍ତାମାନଙ୍କୁ ମିଳିପାରିବ ତାହା ସୁନିଶ୍ଚିତ କରିବାପାଇଁ କେନ୍ଦ୍ର ସରକାର ସମସ୍ତ ରାଜ୍ୟକୁ ନିର୍ଦ୍ଦେଶ ଦେଇଛନ୍ତି। ଯେଉଁ ବସ୍ତୁ ଗୁଡ଼ିକର ଦର ଜିଏସଟି ଲାଗୁ ହେବାପରେ ହ୍ରାସ ପାଇଛି ତା’ର ଲାଭ ଯେପରି ଉପଭୋକ୍ତାମାନଙ୍କ ପାଖରେ ପହଞ୍ଚିବ ସେ ସମ୍ପର୍କରେ କେନ୍ଦ୍ର ଉପଭୋକ୍ତା ମନ୍ତ୍ରାଳୟ ପକ୍ଷରୁ ରାଜ୍ୟମାନଙ୍କୁ କୁହାଯାଇଛି। ଜିଏସଟି ଲାଗୁହେବାର ୩ ମାସ ବିତିଯିବାପରେ ମଧ୍ୟ ଦର ହ୍ରାସ ହେବାର ଫାଇଦା ଉପଭୋକ୍ତାମାନଙ୍କ ପାଖରେ ପହଞ୍ଚିପାରୁନାହିଁ। ଅପରପକ୍ଷେ ଅନେକ ସ୍ଥାନରେ ଏମଆରପି ଉପରେ ମଧ୍ୟ ଜିଏସଟି ଆଦାୟ କରାଯିବାର ଅଭିଯୋଗ ଆସୁଛି।

ସମ୍ବନ୍ଧିତ ଖବର