ଜମ୍ମୁ ଓ କଶ୍ମୀରରେ ରମ୍‌ଜାନ୍‌ ଅସ୍ତ୍ରବିରତି ସମାପ୍ତି ଘୋଷଣା କଲେ କେନ୍ଦ୍ର ସରକାର

ନୂଆଦିଲ୍ଲୀ: ଆଜି କେନ୍ଦ୍ର ସରକାର ଜମ୍ମୁ ଓ କଶ୍ମୀରରେ ରମ୍‌ଜାନ୍‌ ଅସ୍ତ୍ରବିରତିର ସମାପ୍ତି ଘୋଷଣା କରିଛନ୍ତି।

ଆଜି ଟୁଇଟ୍‌ କରି ଗୃହମନ୍ତ୍ରାଳୟ କହିଛି ଯେ ଅସ୍ତ୍ରବିରତି ବଢ଼ାଇବା ବିପକ୍ଷରେ ସକାର ନିଷ୍ପତ୍ତି ଗ୍ରହଣ କରିଛନ୍ତି।

ଏବେ ଆତଙ୍କବାଦୀଙ୍କ ବିରୋଧରେ ନିରାପତ୍ତା ଅଭିଯାନ ପୁଣି ଚାଲୁ ରହିବ ବୋଲି ମନ୍ତ୍ରାଳୟ କହିଛି।

ଭରସା ସୃଷ୍ଟି କରିବାକୁ ନିରାପତ୍ତା ବଳ ଅସ୍ତ୍ରବିରତି ଅଭିଯାନ ଚଳାଇଥିଲେ ମଧ୍ୟ ନା ଆତଙ୍କବାଦୀ, ନା ହୁରିୟାତ୍‌ ଭଳି ବିଛିନ୍ନତାବାଦୀ ତତ୍ତ୍ୱ ଏହାକୁ ସମ୍ମାନ ଜଣାଇଥିଲେ। ବରଂ ଶୁଜାତ୍‌ ବୁଖାରିଙ୍କ ଭଳି ସାମ୍ବାଦିକ, ଔରଙ୍ଗ୍‌ଜେବ୍‌ଙ୍କ ଭଳି ରାଷ୍ଟ୍ରୀୟ ରାଇଫଲ୍‌ ଯବାନ୍‌ଙ୍କ ହତ୍ୟା କରାଯାଇଥିଲା।

ଆଉ ବିଳମ୍ବ ନୁହେଁ। ନିରାପତ୍ତା ବଳ ଏବେ ହିଂସା ଓ ଆତଙ୍କରେ ସମ୍ପୃକ୍ତଙ୍କ ବିରୋଧ ଆବଶ୍ୟକ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବେ ବୋଲି ଗୃହମନ୍ତ୍ରୀ ରାଜନାଥ ସିଂହ ଟୁଇଟ୍‌ କରିଛନ୍ତି।

ରମ୍‌ଜାନ୍‌ ଅସ୍ତ୍ରବିରତି ସମୟରେ ଆତଙ୍କବାଦୀମାନେ ଉତ୍‌କ୍ଷିପ୍ତ କରାଇଲେ ମଧ୍ୟ ‘ଦୃଷ୍ଟାନ୍ତମୂଳକ ସଂଯମ’ ରକ୍ଷା କରିଥିବାରୁ ନିରାପତ୍ତା ବଳଙ୍କୁ ଅଭିନନ୍ଦନ ଜଣାଇଛନ୍ତି ଗୃହମନ୍ତ୍ରୀ।

ସମ୍ବନ୍ଧିତ ଖବର