କେରଳ ବନ୍ୟାକୁ ‘ଗୁରୁତର ପ୍ରାକୃତିକ ଦୁର୍ବିପାକ’ ଘୋଷଣା କଲେ କେନ୍ଦ୍ର ସରକାର

ନୂଆଦିଲ୍ଲୀ : କେନ୍ଦ୍ର ସରକାର କେରଳରେ ଦେଖାଦେଇଥିବା ବିିନାଶକାରୀ ବନ୍ୟାକୁ ଗୁରୁତର ପ୍ରାକୃତିକ ଦୁର୍ବିପାକ ଘୋଷଣା କରିଛନ୍ତି କେନ୍ଦ୍ର ସରକାର । ଏ ସଂପର୍କରେ କେନ୍ଦ୍ର ଗୃହମନ୍ତ୍ରାଳୟ ପକ୍ଷରୁ ଏକ ବିଜ୍ଞପ୍ତି ଜାରି କରାଯାଇଛି । ଏହି ବିଜ୍ଞପ୍ତିରେ କୁହାଯାଇଛି ଯେ କେରଳରେ ଦେଖାଯାଇଥିବା ବନ୍ୟା ଓ ଭୂସ୍ଖଳନ ଜନିତ ଗୁରୁତର ଅବସ୍ଥାକୁ ଦୃଷ୍ଟିରେ ରଖି ଏହାକୁ ଗୁରୁତର ପ୍ରାକୃତିକ ଦୁର୍ବିପାକ ଘୋଷଣା କରାଯାଉଛି ।

ଏହି ବନ୍ୟାରେ ଗତ ୮ ତାରିଖଠାରୁ ଇତିମଧ୍ୟରେ ମୋଟ ୨୧୦ ଜଣ ଲୋକ ମୃତ୍ୟ ୁବରଣ କରିଛନ୍ତି ଓ ୭.୨୪ ଲକ୍ଷ ଲୋକ ବାସହୀନ ହୋଇପଡିଛନ୍ତି । ପ୍ରାୟ ୫୬୪୫ ଟି ରିଲିଫ କ୍ୟାମ୍ପରେ ଲୋକମାନେ ରହୁଛନ୍ତି । କେନ୍ଦ୍ର ସରକାରଙ୍କ ପକ୍ଷରୁ ପୂର୍ବରୁ କେରଳ ପାଇଁ ୫୦୦ କୋଟି ଟଙ୍କାର ସହାୟତା ଘୋଷଣା କରାଯାଇଥିଲା । ତେବେ ଗୃହମନ୍ତ୍ରାଳୟ ପକ୍ଷରୁ ଗୁରୁତର ପ୍ରାକୃତିକ ଦୁର୍ବିପାକ ଘୋଷଣା ପରେ କେନ୍ଦ୍ରରୁ ଆହୁରି ଅଧିକ ସହାୟତା ଆସିବାର ବାଟ ଫିଟିଛି ।

ସମ୍ବନ୍ଧିତ ଖବର