ରାଜ୍ୟ ଓ କେନ୍ଦ୍ରଶାସିତ ଅଞ୍ଚଳ ପାଇଁ କୋଭିଡ୍-୧୯ ଜରୁରୀ ପ୍ୟାକେଜ

ନୂଆଦିଲ୍ଲୀ: ଜାତୀୟ ଏବଂ ରାଜ୍ୟ ସ୍ୱାସ୍ଥ୍ୟ ବ୍ୟବସ୍ଥାକୁ ସୁଦୃଢ଼ କରିବା ଉଦ୍ଦେଶ୍ୟରେ କେନ୍ଦ୍ର ସରକାର “ଇଣ୍ଡିଆ କୋଭିଡ୍-୧୯ ଏମର୍ଜେନସି ରେସପନସ୍ ଏବଂ ହେଲଥ୍ ସିଷ୍ଟମ୍ ପ୍ରିପାର୍ଡନେସ୍ ପ୍ୟାକେଜ୍’କୁ ଅନୁମୋଦନ କରିଛନ୍ତି । ଏହା ଏକ କେନ୍ଦ୍ରୀୟ ପାଣ୍ଠି ପ୍ରକଳ୍ପ ।

ଜାତୀୟ ସ୍ୱାସ୍ଥ୍ୟ ମିସନ୍ ନିର୍ଦେଶକ ବନ୍ଦନା ଗୁରନାନିଙ୍କ ସ୍ୱାକ୍ଷରିତ ଏକ ସର୍କୁଲାରରେ କୁହାଯାଇଛି ଯେ ଜାନୁଆରି ୨୦୨୦ ରୁ ମାର୍ଚ ୨୦୨୪ ଯାଏଁ ତିନୋଟି ପର୍ଯ୍ୟାୟରେ ଶତପ୍ରତିଶତ କେନ୍ଦ୍ରୀୟ ପାଣ୍ଠିର ଏହି ପ୍ରକଳ୍ପ ଲାଗୁ କରାଯିବ ।

କୋଭିଡ୍-୧୯ର ମୁକାବିଲା, ପ୍ରତିରୋଧକ ଓ ପ୍ରସ୍ତୁତିରେ ଜାତୀୟ ଓ ରାଜ୍ୟ ସ୍ୱାସ୍ଥ୍ୟ ବ୍ୟବସ୍ଥାକୁ ସୁଦୃଢ଼ କରିବା, ଅତ୍ୟାବଶ୍ୟକ ଡାକ୍ତରୀ ଉପକରଣ, ବ୍ୟବହାରିକ ସାମଗ୍ରୀ ଓ ଔଷଧପତ୍ର ଖରିଦ କରିବା, ପରୀକ୍ଷାଗାର ସ୍ଥାପନ ଏବଂ ଜୈବ-ନିରାପତ୍ତା ପ୍ରସ୍ତୁତି ସମେତ ସର୍ଭିଲେନସ୍ କାର୍ଯ୍ୟକଳାପକୁ ସୁଦୃଢ଼ କରିବା ଉଦ୍ଦେଶ୍ୟରେ ଏହା ପ୍ରଦାନ କରାଯିବ ।

ଏହି ପ୍ରକଳ୍ପର ତିନୋଟି ପର୍ଯ୍ୟାୟ ହେଉଛି- ଜାନୁଆରି ୨୦୨୦ ରୁ ଜୁନ୍ ୨୦୨୦, ଜୁଲାଇ ୨୦୨୦ ରୁ ମାର୍ଚ ୨୦୨୧ ଏବଂ ଏପ୍ରିଲ୍ ୨୦୨୧ ରୁ ମାର୍ଚ ୨୦୨୪ ପର୍ଯ୍ୟନ୍ତ ।

ସମ୍ବନ୍ଧିତ ଖବର