ଗହମ ଓ ଡାଲିର ସର୍ବନିମ୍ନ ସହାୟକ ମୂଲ୍ୟ ବଢ଼ାଇଲେ କେନ୍ଦ୍ର ସରକାର: କ୍ୱିଣ୍ଟାଲ ପ୍ରତି ଗହମରେ ୮୫ ଓ ଡାଲିରେ ୩୨୫ ଟଙ୍କା ବଢ଼ିଲା

ନୂଆଦିଲ୍ଲୀ: କେନ୍ଦ୍ରର ନରେନ୍ଦ୍ର ମୋଦୀଙ୍କ ସରକାର ଆଜି (ବୁଧବାର) ଗହମର ସର୍ବନିମ୍ନ ସହାୟକ ମୂଲ୍ୟ (ଏମ୍‌ଏସ୍‌ପି) କ୍ୱିଣ୍ଟାଲ ପ୍ରତି ୮୫ ଟଙ୍କା ବଢ଼ାଇଥିବା ବେଳେ ଡାଲିର ସର୍ବନିମ୍ନ ସହାୟକ ମୂଲ୍ୟ (ଏମ୍‌ଏସ୍‌ପି) କ୍ୱିଣ୍ଟାଲ ପ୍ରତି ୩୨୫ ଟଙ୍କାକୁ ବୃଦ୍ଧି କରିଛନ୍ତି। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ଅଧ୍ୟକ୍ଷତାରେ ଆଜି (ବୁଧବାର) ଅନୁଷ୍ଠିତ ହୋଇଥିବା ଅର୍ଥନୈତିକ ବ୍ୟାପାର କ୍ୟାବିନେଟ୍‌ କମିଟି ବୈଠକରେ ଏହି ନିଷ୍ପତ୍ତି ନିଆଯାଇଛି।

ଗହମର କ୍ୱିଣ୍ଟାଲ ପ୍ରତି ସର୍ବନିମ୍ନ ସହାୟକ ମୂଲ୍ୟ ପୂର୍ବରୁ ୧୮୪୦ ଥିବା ବେଳେ ଏବେ ଏହା ୧୯୨୫କୁ ବୃଦ୍ଧି ପାଇଛି। ସେହିପରି ଡାଲିର ସହାୟକ ମୂଲ୍ୟ ପୂର୍ବରୁ କ୍ୱିଣ୍ଟାଲ ପ୍ରତି ୪୪୭୫ ଟଙ୍କା ଥିବାବେଳେ ଏବେ ତାହା ୪୮୦୦ ଟଙ୍କାକୁ ବୃଦ୍ଧି ପାଇଛି। କେନ୍ଦ୍ର ସରକାରଙ୍କ ଏହି ବର୍ଦ୍ଧିତ ସର୍ବନିମ୍ନ ସହାୟକ ମୂଲ୍ୟ ଚଳିତ ରବି ଋତୁରୁ କାର୍ଯ୍ୟକାରୀ ହେବ ଏବଂ ସରକାର ଏହି ଦରରେ ଚାଷୀମାନଙ୍କ ଠାରୁ ଶସ୍ୟ କ୍ରୟ କରିବେ।

ସମ୍ବନ୍ଧିତ ଖବର