ମାରାତ୍ମକ ‘ମୋମୋ ଚାଲେଞ୍ଜ୍‌’ ବିରୋଧରେ ଚେତାବନୀ ଜାରି କଲେ କେନ୍ଦ୍ର ସରକାର

ନୂଆଦିଲ୍ଲୀ: ମଙ୍ଗଳବାର ଦିନ ମହିଳା ଓ ଶିଶୁ ବିକାଶ ମନ୍ତ୍ରାଳୟ ‘ମୋମୋ ଚାଲେଞ୍ଜ’ ବିରୋଧରେ ଏକ ଚେତାବନୀ ଜାରି କରି ଛନ୍ତି। ଏଥିରେ ଅଭିଭାବକମାନଙ୍କୁ କୁହାଯାଇଛି କି, ପିଲାମାନେ ଯେ ଏହି ଗେମ୍‌ ଖେଳୁ ନାହାନ୍ତି, ସେ ସମ୍ପର୍କରେ ନିଶ୍ଚିତ ହେବା ପାଇଁ ସେମାନେ ତାଙ୍କର ଅନ୍‌ଲାଇନ୍‌ ଏବଂ ସାମାଜିକ ଗଣମାଧ୍ୟମ କାର୍ଯ୍ୟକଳାପ ଉପରେ ଦୃଷ୍ଟି ରଖନ୍ତୁ।
ସେ ଖେଳରେ ମାତିଥିବା ପିଲାମାନଙ୍କର ଲକ୍ଷଣର ଏକ ତାଲିକା ମଧ୍ୟ ମନ୍ତ୍ରାଳୟ ପ୍ରସ୍ତୁତ କରିବା ସହ କହିଛି କି, ଅଭିଭାବକମାନେ ସଜାଗ ରୁହନ୍ତୁ।

ଯଦି ପିଲା ‘ମୋମୋ ଚାଲେଞ୍ଜ୍‌’ କଥା ଜାଣି ନାହିଁ, ଅଭିଭାବକମାନେ ତା’ ଆଗରେ ସେ କଥା କୁହନ୍ତୁ ନାହିଁ। ସେ କଥା କହିଲେ ପିଲା କୌତୂହଳୀ ହୋଇ ନିଜେ ନିଜେ ସେ ଗେମ୍‌ ଖୋଜିବାର ସମ୍ଭାବନା ରହିଛି।

ସେମାନଙ୍କ ଡିବାଇସ୍‌ରେ ହଠାତ୍‌ ନୂଆ ଫୋନ୍‌ ନମ୍ବର ସଂଖ୍ୟା ଓ ଇ-ମେଲ୍‌ ସଂଖ୍ୟ ବଢ଼ିବା ବିଷୟରେ ଅଭିଭାବକମାନେ ସତର୍କ ରୁହନ୍ତୁ।

ଚେତାବନୀରେ ଉଲ୍ଲେଖ କରାଯାଇଛି: ପିଲାଏ ଏ ଚାଲେଞ୍ଜ୍‌ରେ ମାତି ନାହାନ୍ତି ବୋଲି ନିଶ୍ଚିତ ହେବାକୁ ସେମାନଙ୍କର ଅନ୍‌ଲାଇନ୍‌ ଓ ସାମାଜିକ ଗଣମାଧ୍ୟମ କାର୍ଯ୍ୟକଳାପ ଉପରେ ତୀକ୍ଷ୍ଣ ଦୃଷ୍ଟି ରଖନ୍ତୁ। ନିୟମିତ ବ୍ୟବଧାନରେ ସ୍କୁଲ୍‌ରେ ଥିବା କାଉନ୍‌ସେଲର୍‌ଙ୍କ ଠାରୁ ଅଭିଭାବକମାନେ ରିପୋର୍ଟ ନେବା ଉଚିତ।

ଏହାଛଡ଼ା ଅଭିଭାବକମାନେ ଏକ ଉତ୍ତମ ସାଇବର୍‌ କିଂବା ମୋବାଇଲ୍‌ ପ୍ୟାରେଣ୍ଟିଙ୍ଗ୍‌ ସଫ୍‌ଟ୍‌େଓ୍ଵର୍‌ ଇନ୍‌ଷ୍ଟଲ୍‌ କରି ପାରିବେ।

ହ୍ଵାଟ୍‌ସ୍‌ଆପ୍‌, ଫେସ୍‌ବୁକ୍‌ ଏବଂ ୟୁଟ୍ୟୁବ୍‌ ଆଦିରେ ‘ମୋମୋ’ ହେଉଛି ଏକ ସାମାଜିକ ଗଣମାଧ୍ୟ ଆକାଉଣ୍ଟ୍‌। ଏଥିରେ ପ୍ରଦର୍ଶୀତ ଭୟାବହ ଚିତ୍ରକଳା ସବୁ ପିଲାଙ୍କ ମଧ୍ୟରେ କୌତୁହଳ ଜାଗ୍ରତ କରାଇ ଅଜଣା ନମ୍ବର ସହ ଯୋଗାଯୋଗ କରିବାକୁ ଆହ୍ଵାନ ଦିଏ।

ଜାପାନର ତିନ ଅଙ୍କ ବିଶିଷ୍ଟ ନମ୍ବର ସହ ଏହି ଆକାଉଣ୍ଟ୍‌ ସଂଶ୍ଳିଷ୍ଟ ଥିବା ପରି ମନେହୁଏ।

ସମ୍ବନ୍ଧିତ ଖବର