ସାମ୍ବାଦିକଙ୍କ ସୁରକ୍ଷା ନେଇ ପ୍ରତି ରାଜ୍ୟକୁ ଚିଠି ଲେଖିିଲା କେନ୍ଦ୍ର

ନୂଆଦିଲ୍ଲୀ: ଗତ କିଛି ଦିନ ହେବ ଲାଗାତର ଭାବେ ସାମ୍ବାଦିକମାନଙ୍କ ଉପରେ ଆକ୍ରମଣ ହେଉଛି। ତାହା ବେଙ୍ଗାଲୁର ହେଉ କିମ୍ବା ତ୍ରିପୁର, ସାମ୍ବାଦିକମାନେ ଅସହିଷ୍ଣୁତାର ଶିକାର ହେଉଛନ୍ତିଓ ଦୁର୍ବୃତ୍ତଙ୍କ ଆକ୍ରମଣର ଶିକାର ମଧ୍ୟ ହେଉଛନ୍ତି। ବିଶେଷ କରି ବେଙ୍ଗାଲୁରର ସାମ୍ବାଦିକା ତଥା ଆକ୍ଟିଭିଷ୍ଟ ଗୌରୀ ଲଙ୍କେଶଙ୍କୁ ତାଙ୍କ ଘର ଆଗରେ ଗୁଳି କରି ହତ୍ୟା କରାଯିବାର ୨ ମାସ ପରେ ମଧ୍ୟ ହତ୍ୟାକାରୀଙ୍କୁ ଧରିବାରେ ବେଙ୍ଗାଲୁର ପୁଲିସ ସକ୍ଷମ ହୋଇ ନ ଥିବା ପରିପ୍ରେକ୍ଷୀରେ କେନ୍ଦ୍ର ସରକର ସାମ୍ବାଦିକମାନଙ୍କ ସୁରକ୍ଷା ନେଇ ଚିନ୍ତା ପ୍ରକଟ କରିଛନ୍ତି। ତେଣୁ ଦେଶର ସମସ୍ତ ରାଜ୍ୟ ଓ କେନ୍ଦ୍ର ଶାସିତ ଅଞ୍ଚଳର ପୁଲିସ ମହାନିର୍ଦ୍ଦେଶକଙ୍କୁ କେନ୍ଦ୍ର ସରକାରଙ୍କ ଗୃହ ବିଭାଗ ପକ୍ଷରୁ ଚିଠି ଲେଖାଯାଇ ସାମ୍ବାଦିକଙ୍କ ସୁରକ୍ଷା ବ୍ୟବସ୍ଥାକୁ ଗୁରୁତ୍ୱ ଦେବା ପାଇଁ ଉପଦେଶାବଳୀ ଜାରି କରାଯାଇଛି।

picture credit- engilsh news

କେନ୍ଦ୍ର ପକ୍ଷରୁ କୁହାଯାଇଛି ଯେ ଯଦି କୌଣଓି ସ୍ଥାନରେ ସାମ୍ବାଦିକଙ୍କ ଉପରେ ଆକ୍ରମଣ ହେଉଛି, ତେବେ ଏହି ଘଟଣାର ତଦନ୍ତ ତୁରନ୍ତ ଆରମ୍ଭ କରାଯାଇ ଅପରାଧୀଙ୍କୁ ଯେପରି ନିର୍ଦ୍ଦିଷ୍ଟ ସମୟସୀମା ମଧ୍ୟରେ ଦଣ୍ଡ ମିଳିବ ସେଥିପ୍ରତି ପଦକ୍ଷେପ ନେବାକୁ ଏହି ଉପଦେଶାବଳୀରେ କୁହାଯାଇଛି।

ବିଭିନ୍ନ ଗଣମାଧ୍ୟମର ସାମ୍ବାଦିକମାନେ ହେଉଛନ୍ତି ଅଭିବ୍ୟକ୍ତି ସ୍ୱାଧିନତାର ପ୍ରବକ୍ତା। ସେମାନଙ୍କ ଉପରେ ଆକ୍ରମଣ କୌଣସି ପରିସ୍ଥିତିରେ ଗ୍ରହଣୀୟ ନୁହେଁ। ସେମାନଙ୍କୁ ନିରାପତ୍ତା ଓ ସୁରକ୍ଷା ଯୋଗାଇ ଦେବା ପ୍ରତ୍ୟେକ ରାଜ୍ୟ ସରକାରଙ୍କ ଦାୟିତ୍ୱ ଓ କର୍ତ୍ତବ୍ୟ। ଏ ଦିଗରେ ଆବଶ୍ୟକ ପଦକ୍ଷେପ ନେବା ପାଇଁ କେନ୍ଦ୍ର ସରକାରଙ୍କ ଗୃହମନ୍ତ୍ରଣାଳୟ ପକ୍ଷରୁ ଦେଶର ସମସ୍ତ ରାଜ୍ୟର ପୁଲିସ ମହାନିର୍ଦ୍ଦେଶକମାନଙ୍କୁ ଚିଠି ଲେଖାଯାଇଛି।

କେନ୍ଦ୍ରପକ୍ଷରୁ କୁହାଯାଇଛି ଯେ ଗଣତନ୍ତ୍ରରେ ଗଣମାଧ୍ୟମ ବା ଚତୁର୍ଥ ସ୍ତମ୍ଭ ବେଶ ଗୁରୁତ୍ୱପୂର୍ଣ୍ଣ। ଗଣମାଧ୍ୟମ ହିଁ ନାଗରିକଙ୍କୁ ବିନା ଭୟରେ ଆମ ସମ୍ବିଧାନରେ ଥିବା ଅଭିବ୍ୟକ୍ତିର ସ୍ୱାଧିନତା ପାଇଁ ପ୍ରୋତ୍ସାହିତ କରିଥାଏ। ତେଣୁ ସାମ୍ବାଦିକଙ୍କୁ ତାଙ୍କ କାର୍ଯ୍ୟ କରିବା ପାଇଁ ନିରାପତ୍ତା ଓ ସୁରକ୍ଷା ଯୋଗାଇ ଦେବା ଆମ ଦାୟିତ୍ୱ ଓ କର୍ତବ୍ୟ ବୋଲି କେନ୍ଦ୍ର ପକ୍ଷରୁ କୁହାଯାଇଛି। କେବଳ ସେତିକି ନୁହେଁ, ଯେପରି କୌଣସି ପରିସ୍ଥିତିରେ ଅଭିବ୍ୟକ୍ତିର ସ୍ୱାଧୀନତା ଉପରେ ଅଙ୍କୁଶ ନ ଲାଗେ ସେଥିପ୍ରତି ଯତ୍ନବାନ ହେବା ପାଇଁ କେନ୍ଦ୍ର ସରକାରଙ୍କ ପକ୍ଷରୁ ରାଜ୍ୟମାନଙ୍କୁ କୁହାଯାଇଛି।
ଦେଶର ପ୍ରତ୍ୟେକ ରାଜ୍ୟର ପୁଲିସ ମହାନିର୍ଦ୍ଦେଶକଙ୍କୁ ଦିଆଯାଇଥିବା ଏ ସମ୍ପର୍କୀତ ଚିଠିରେ କୁହାଯାଇଛି ଯେ ବିଭିନ୍ନ ସମୟରେ ସାମ୍ବାଦିକମାନଙ୍କ ଉପରେ ଆକ୍ରମଣ ହେଉଥିବା ନେଇ ଖବର ଗୃହମନ୍ତ୍ରଣାଳୟକୁ ମିଳୁଛି। ସାମ୍ବାଦିକମାନଙ୍କ ଉପରେ ଯେଉଁଠି ବି ଆକ୍ରମଣ ହେଉଛି ତୁରନ୍ତ ଘଟଣାର ତଦନ୍ତ ଆରମ୍ଭ କରିବାକୁ ଚିଠିରେ କୁହାଯାଇଛି। ସେହିପରି ଯେଉଁ ସାମ୍ବାଦକମାନଙ୍କୁ ଧମକଚମକ ମିଳୁଛି ସେମାନଙ୍କ ସୁରକ୍ଷା ପାଇଁ ପ୍ରତିଷେଧକ ବ୍ୟବସ୍ଥା ଗ୍ରହଣ କରିବାକୁ ଏହି ଚିଠିରେ କୁହାଯାଇଛି। ଆଇନ ଶୃଙ୍ଖଳା ପରିସ୍ଥିତି ସାମ୍ବିଧାନିକ ବ୍ୟବସ୍ଥାରେ ଏକ ରାଜ୍ୟ ବିଷୟ ହୋଇଥିବାରୁ, କେନ୍ଦ୍ର ଗୃହମନ୍ତ୍ରଣାଳୟ ଏହି ପ୍ରସଙ୍ଗରେ ଆବଶ୍ୟକ ପଦକ୍ଷେପ ନେବା ପାଇଁ ସମସ୍ତ ରାଜ୍ୟ ଓ କେନ୍ଦ୍ରଶାସିତ ଅଞ୍ଚଳ ଗୁଡ଼ିକୁ ଚିଠି ଲେଖିଥିବା କୁହାଯାଇଛି।

ସମ୍ବନ୍ଧିତ ଖବର