ଘରୋଇ ବିଦ୍ୟାଳୟ ଫି ବୃଦ୍ଧି ଉପରେ ଅଙ୍କୁଶ ଲଗାଇବ କେନ୍ଦ୍ର !

ନୂଆଦିଲ୍ଲୀ: ଘରୋଇ ବିଦ୍ୟାଳୟଗୁଡ଼ିକ ବେଆଇନ ଭାବେ ଆଦାୟ କରୁଥିବା ଫି ଉପରେ କେନ୍ଦ୍ର ସରକାର ଅଙ୍କୁଶ ଳଗାଇବାକୁ ଚିନ୍ତା କରୁଛନ୍ତି। ଉତ୍ତରପ୍ରଦେଶ ସରକାର ଘରୋଇ ବିଦ୍ୟାଳୟଗଗୁଡ଼ିକ ପାଇଁ ଫି ନିଦ୍ଧାୟଣ ନେଇ ଯେପରି ନିୟାମକ ପ୍ରଣୟନ କରିଛନ୍ତି, ସେହି ଢ଼ାଞ୍ଚାରେ କେନ୍ଦ୍ର ସରକାର ସମଗ୍ର ଦେଶରେ ଘରୋଇ ବିଦ୍ୟାଳୟଗୁଡ଼ିକ ପାଇଁ ଫି ନିର୍ଦ୍ଧାରଣ ନିୟାମକ ଆଣିବାକୁ ଯାଉଛନ୍ତି।ତେବେ ଏ ନେଇ ପଦକ୍ଷେପ ନେବା ପୂର୍ବରୁ ସରକାର ବିଭିନ୍ନ ପକ୍ଷଙ୍କ ମତାମତ ନେବେ ବୋଲି ଜଣାଯାଇଛି।
ମିଳଥିବା ସୂଚନା ହେଉଛି, ରାଜ୍ୟ ସରକାର ଘରୋଇ ସ୍କୁଲ ପାଇଁ ଫି ନିର୍ଦ୍ଧାରଣ କରିବେ। କାରଣ ଏହି ଘରୋଇ ବିଦ୍ୟାଳୟଗୁଡ଼ିକ ରାଜ୍ୟ ସରକାରଙ୍କ ଦ୍ୱାରା ପଞ୍ଜିକୃତ ହୋଇଥିବାରୁ କେନ୍ଦ୍ର ସରକାର ଏ ନେଇ ରାଜ୍ୟ ସରକାଣଙ୍କ ସହିତ ଆଲୋଚନା କରି ସମସ୍ତଙ୍କୁ ସୁହାଇଲା ଭଳି ପଦକ୍ଷେପ ଗ୍ରହଣ କରିବେ।
ସୂଚନାଯୋଗ୍ୟ ଯେ ଗତ ଏପି୍ରଲ ମାସରେ ଉତ୍ତରପ୍ରଦେଶ ସରକାରଏକ ଅଧ୍ୟାଦେଶ ବଳରେ ଘରୋଇ ସ୍କୁଲଗୁଡ଼ିକ ମନଇଛା ଫି ବୃଦ୍ଧିି ଉପରେ ଅଙ୍କୁଶ ଲଗାଇଛନ୍ତି। ଏଥିରେ ଘରୋଇ ସ୍କୁଲ ୮ ପ୍ରତିଶତରୁ ଅଧିକ ଫି ବୃଦ୍ଧି କରି ପାରିବେ ନାହିଁ ବୋଲି ନିୟମ ରହିଛି। ସେହିପରି୨୦୧୫-୧୬କୁ ବେସ୍‌ ବା ଭିତ୍ତି ଭାବେ ନେଇ କେନ୍ଦ୍ର ସରକାର ଯେଉଁ ଫି ନିୟନ୍ତ୍ରଣ ନିୟାମକ ଆଣିବାକୁ ଯାଉଛନ୍ତି ତାହା ବାର୍ଷିକ ଜଣେ ଛାତ୍ର ଠାରୁ ୨୦ ହଜାର ଟଙ୍କାରୁ ଊର୍ଧ୍ୱ ଫି ଆଦାୟ କରୁଥିବା ବିଦ୍ୟାଳୟ ପାଇଁ ଲାଗୁ ହେବ।ଏଥିପାଇଁ କେନ୍ଦ୍ର ମାନବ ସମ୍ବଳ ବିକାଶ ମନ୍ତ୍ରୀ ପ୍ରକାଶ ଜାଭେଡ଼କର ଫି ନିୟନ୍ତ୍ରଣ ନିୟମାକ ପାଇଁ ଏକ ବ୍ୟବସ୍ଥା କରିବା ପାଇଁ ଯୋଜନା କରୁଥିବା ଜଣେ ବରିଷ୍ଠ ଅଧିକାର ସୂଚନା ଦେଇଛନ୍ତି।

ସମ୍ବନ୍ଧିତ ଖବର