୧୪ଟି ଫସଲରେ ସର୍ବନିମ୍ନ ସହାୟକ ମୂଲ୍ୟରୁ କମ୍‌ ମିି‌ଳିଲେ କେନ୍ଦ୍ର ଭରଣା କରିବ

ନୂଆଦିଲ୍ଲୀ : କେନ୍ଦ୍ର ସରକାର ଚ‌ାଷୀମାନଙ୍କ ପାଇଁ ଏକ ନୂଆ ଯୋଜନା ଆରମ୍ଭ କରିଛନ୍ତି। ୧୪ଟି ଫସଲ କ୍ଷେତ୍ରରେ ଚାଷୀମାନଙ୍କୁ ଦେଢ଼ଗୁଣା ସର୍ବନିମ୍ନ ସହାୟକ ମୂଲ୍ୟ ସୁନିଶ୍ଚିତ କରିବାପାଇଁ ଅଣ୍ଟା ଭିଡ଼ିଛନ୍ତି କେନ୍ଦ୍ର ସରକାର। କେନ୍ଦ୍ର କୃଷିମନ୍ତ୍ରୀ ରାଧା ‌େମାହନ ସିଂହ ଦେଶର ସବୁ ରାଜ୍ୟର ମୁଖ୍ୟମନ୍ତ୍ରୀ ଓ କୃଷି ସଚିବ ମାନଙ୍କୁ ପତ୍ର ଲେଖି ଯୋଜନାର କ୍ରିୟା‌ନ୍ବୟନ ପାଇଁ ଅନୁରୋଧ କରିଛନ୍ତି। ଯଦି କୌଣସି ଚାଷୀଙ୍କୁ ଫସଲର ଦର ନିର୍ଦ୍ଧାରିତ କରାଯାଇଥିବା ସର୍ବନିମ୍ନ ସହାୟକ ମୂଲ୍ୟରୁ କମ୍‌ ମିଳୁଛି ତେବେ ସେନେଇ ରାଜ୍ୟ ସରକାରଙ୍କୁ ତୁରନ୍ତ ଭରଣା କରିବାକୁ ପଡ଼ିବ। ଏହାପରେ କେନ୍ଦ୍ର ସରକାର ରାଜ୍ୟମାନଙ୍କ ଦ୍ବାରା ଖର୍ଚ୍ଚ କରାଯାଇଥିବା ଅର୍ଥରାଶିର ଭରଣା କରିବେ। ଏଥିଲାଗି କେନ୍ଦ୍ର କୃଷି ମନ୍ତ୍ରାଳୟ ନାଫେଡ୍‌କୁ ନୋଡାଲ ଏ‌େଜନ୍ସି କରିଛି। ନାଫେଡ ରାଜ୍ୟମାନଙ୍କର ଦାବି ଗୁଡ଼ିକର ସମାଧାନ କରିବ। ଚଳିତବର୍ଷ ଜୁଲାଇ ୪ ତାରିଖରେ କେନ୍ଦ୍ର ସରକାର ଧାନର ସର୍ବନିମ୍ନ ସହାୟକ ମୂଲ୍ୟ ସହ ୧୪ଟି ଫସଲ କ୍ଷେତ୍ରରେ ସର୍ବନିମ୍ନ ସହାୟକ ମୂଲ୍ୟ ଘୋଷଣା କରିଥିଲେ। ବର୍ତ୍ତମାନ ସୁଦ୍ଧା ଓଡ଼ିଶା ସମେତ କର୍ଣ୍ଣାଟକ, ତେ‌ଲେଙ୍ଗାନା , ମଧ୍ୟପ୍ରଦେଶ, ଉତ୍ତରପ୍ରଦେଶ, ମହାରାଷ୍ଟ୍ର, ତାମିଲନାଡ଼ୁ, ଆନ୍ଧ୍ରପ୍ରଦେଶ, ରାଜସ୍ଥାନ, ହରିୟାଣା ଓ ଗୁଜରାଟ ପ୍ରାଇସ୍‌ ସପୋର୍ଟ ସ୍କିମ୍‌ର କ୍ରିୟାନ୍ବୟନ ଆରମ୍ଭ କରିଥିବାବେଳେ ବଳକା ରାଜ୍ୟମାନେ ଏଯାବତ୍‌ ଏନେଇ କୌଣସି ପଦକ୍ଷେପ ନେଇନଥିବା କୃଷି ମନ୍ତ୍ରାଳୟ ସୂତ୍ରରୁ ଜଣାପଡ଼ିଛି।

ସମ୍ବନ୍ଧିତ ଖବର