କିନ୍ନରମାନଙ୍କ ପାଇଁ ଆଶ୍ରୟ ଗୃହ ଖୋଲିବେ କେନ୍ଦ୍ର ସରକାର

ନୂଆଦିଲ୍ଲୀ: କିନ୍ନରମାନଙ୍କ ପାଇଁ ଆଶ୍ରୟ ଗୃହ ଖୋଲିବା ପାଇଁ ଯୋଜନା କରୁଛନ୍ତି କେନ୍ଦ୍ର ସରକାର। କିନ୍ନରମାନଙ୍କ ପାଇଁ ଆଶ୍ରୟ ଗୃହର ଅଭାବ ପରିଲଖିତ ହେବା ପରେ ସରକାର ଏପରି ନିଷ୍ପତ୍ତି ନେଇଛନ୍ତି। ଅତି କମରେ ୧ ବର୍ଷ ଲାଗି ହେବାକୁ ଥିବା ଏହି ପ୍ରକଳ୍ପରେ ୩ରୁ ୫ଟି ରାଜ୍ୟରେ ପ୍ରଥମେ ଆଶ୍ରୟ ଗୃହ ନିର୍ମାଣ କରାଯିବ। ପ୍ରତ୍ୟେକ ଆଶ୍ରୟ ଗୃହରେ ୨୫ ଜଣ କିନ୍ନର ରହିବା ବ୍ୟବସ୍ଥା କରାଯିବ।

ସାମାଜିକ ନ୍ୟାୟ ଓ ସଶକ୍ତିକରଣ ମନ୍ତ୍ରାଳୟ ପକ୍ଷରୁ ଆଶ୍ରୟ ଗୃହକୁ ଚଳାଇବା ପାଇଁ ସ୍ୱେଚ୍ଛାସେବୀ ସଂଗଠନଗୁଡ଼ିକ ପାଇଁ ଏକ ଅଭିବ୍ୟକ୍ତ ଜାରି କରାଯିବ। ଅନ୍ୟ କେଉଁ ସ୍ଥାନରେ ଆଶ୍ରୟସ୍ଥଳୀ କରାଯିବ ବୋଲି ଏଯାବତ୍‌ ସ୍ପଷ୍ଟ ହୋଇନଥିଲେ ବି ରାଜଧାନୀ ଦିଲ୍ଲୀରେ କିନ୍ନରମାନଙ୍କ ପାଇଁ ଆଶ୍ରୟ ଗୃହ କରାଯିବ ବୋଲି ସୂଚନା ରହିଛି।

The Hindu

ଏ ସଂପର୍କରେ ସାମାଜିକ ନ୍ୟାୟ ଓ ସଶକ୍ତିକରଣ ମନ୍ତ୍ରାଳୟର ଜଣେ ବରିଷ୍ଠ ଅଧିକାରୀ କହିଛନ୍ତି, ‘ଅଧିକାଂଶ କିନ୍ନରମାନଙ୍କୁ ତାଙ୍କ ପରିବାର ଲୋକ ନିଜ ଘରୁ ବାହାର କରି ଦେଉଛନ୍ତି। ସେମାନେ ବାଧ୍ୟ ହୋଇ ପେଟ ପୋଷିବାକୁ ଭିକ୍ଷା ବୃତ୍ତି ଆପଣଉଛନ୍ତି। ଏହି ଆଶ୍ରୟ ଗୃହ କେବଳ ସେମାନଙ୍କୁ ଭିତ୍ତିଭୂମି ନୁହେଁ ବରଂ ମାନସିକ ସମର୍ଥନ ବି ପ୍ରଦାନ କରିବ।’ କିନ୍ନରମାନେ ବି ନିଜ ନିଜର ଦକ୍ଷତା ଅନୁସାରେ ପ୍ରଶିକ୍ଷଣ ନେଇପାରିବେ ବୋଲି ମଧ୍ୟ ସେ କହିଛନ୍ତି।

ସମ୍ବନ୍ଧିତ ଖବର