ସରକାର ସବୁଦିନ ପାଇଁ ମହାତ୍ମା ଗାନ୍ଧି ନିଶ୍ଚିତ କର୍ମନିଯୁକ୍ତି ଯୋଜନାକୁ ଚଳାଇପାରିବେ ନାହିଁ : କେନ୍ଦ୍ରମନ୍ତ୍ରୀ ତୋମାର

ନୂଆଦିଲ୍ଲୀ : କେନ୍ଦ୍ର ସରକାର ସବୁଦିନ ପାଇଁ ମହାତ୍ମା ଗାନ୍ଧି ନିଶ୍ଚିତ କର୍ମନିଯୁକ୍ତି ଯୋଜନା ( ଏମଜିଏନଆରଇଜିଏ)କୁ ଜାରି ରଖିପାରିବେ ନାହିଁ । କାରଣ ମୋଦୀ ସରକାରଙ୍କ ବୃହତ୍ତର ଲକ୍ଷ୍ୟ ହେଉଛି ଦେଶରୁ ଦାରିଦ୍ର୍ୟ ଦୂରୀକରଣ ବୋଲି କହିଛନ୍ତି କେନ୍ଦ୍ର ଗ୍ରାମୀଣ ବିକାଶ ମନ୍ତ୍ରୀ ନରେନ୍ଦ୍ର ସିଂ ତୋମାର । କୃଷି ଓ ଗ୍ରାମୀଣ ବିକାଶ ମନ୍ତ୍ରାଳୟର ଖର୍ଚ୍ଚଦାବି ଆଲୋଚନାରେ ଭାଗ ନେଇ ସେ କହିଛନ୍ତି ଯେ ଚଳିତ ବଜେଟରେ ଏମଜିଏନଆରଇଜିଏର ବ୍ୟୟବରାଦ ହ୍ରାସ କରାଯାଇଥିବା ଅଭିଯୋଗ ମିଥ୍ୟା । କାରଣ ୨୦୧୮-୧୯ ଆର୍ଥିକ ବର୍ଷରେ ଏଥିପାଇଁ ୫୫ ହଜାର କୋଟି ବରାଦ କରାଯାଇଥିବାବେଳେ ଚଳିତ ବର୍ଷର ବଜେଟରେ ଏହାକୁ ୬୦ ହଜାର କୋଟିକୁ ବୃଦ୍ଧି କରିଛନ୍ତି ।

ସେ ଆହୁରି ମଧ୍ୟ କହିଛନ୍ତି ଯେ ଦେଶର ବଡ଼ ବଡ଼ କର୍ପୋରେଟମାନେ ଛୋଟ ଛୋଟ ସ୍ୱୟଂ ସହାୟକ ଗୋଷ୍ଠୀ ମାନଙ୍କଠାରୁ ଶିକ୍ଷାଲାଭ କରିବା ଆବଶ୍ୟକ । କାରଣ ବଡ଼ ବଡ଼ କମ୍ପାନିମାନେ ହଜାର ହଜାର କୋଟି ଟଙ୍କାର ବ୍ୟାଙ୍କ ଋଣ ବକେୟା ରଖିଥିବା ବେଳେ ସ୍ୱୟଂ ସହାୟକ ଗୋଷ୍ଠୀମାନଙ୍କ ଅନାଦେୟ ଋଣ ପରିମାଣ ବ୍ୟାଙ୍କମାନଙ୍କ ମୋଟ ଅନାଦେୟ ଋଣ (ଏନପିଏ)ର ମାତ୍ର ୨ ପ୍ରତିଶତ ।

ସମ୍ବନ୍ଧିତ ଖବର