ସିଇଓ କ୍ରିକେଟ୍‌ ଲିଗ୍‌:ଏଲ୍‌ଆଣ୍ଡ୍‌ଡି ଗ୍ଲୋବାଲ, ସର୍ଜିକାଲ ଷ୍ଟ୍ରାଇକର୍ସ, ଜିଆଣ୍ଟ୍‌ସ ବିଜୟୀ

ଭୁବନେଶ୍ୱର: ଦାତବ୍ୟ ଅନୁଷ୍ଠାନ ଓ୍ଵିଇଫର୍‌ୟୁ ଆନୁକୂଲ୍ୟରେ ୟୁନିଟ୍‌-୧ସ୍ଥିତ କିଶୋର କ୍ଲବ୍‌ ପଡ଼ିଆରେ ଚାଲିଥିବା ସପ୍ତମ ସିଇଓ କ୍ରିକେଟ୍‌ ଲିଗ୍‌ର ତୃତୀୟ ଦିନରେ ଏଲ୍‌ଆଣ୍ଡ୍‌ଡି ଗ୍ଲୋବାଲ, ସର୍ଜିକାଲ ଷ୍ଟ୍ରାଇକର୍ସ ଏବଂ ଭୁବନେଶ୍ୱର ଜିଆଣ୍ଟ୍‌ସ ବିଜୟୀ ହୋଇଛନ୍ତି। ଏଲ୍‌ଆଣ୍ଡ୍‌ଡି ଦଳ ୩୧ ରନ୍‌ରେ ଭୁବନେଶ୍ୱର ଜିଆଣ୍ଟ୍‌ସକୁ, ସର୍ଜିକାଲ ଷ୍ଟ୍ରାଇକର୍ସ ୧୭ ରନ୍‌ରେ ଗେମ୍‌ ଚେଞ୍ଜର୍ସକୁ ଏବଂ ଜିଆଣ୍ଟ୍‌ସ ୧୦ ଓ୍ଵିକେଟ୍‌ରେ ଭୁବନେଶ୍ୱର ମାଷ୍ଟର୍ସକୁ ପରାସ୍ତ କରିଥିଲା। ପ୍ରଥମ ମ୍ୟାଚ୍‌ରେ ଏଲ୍‌ଅଣ୍ଡ୍‌ଡି ଦଳ ୧୧୪/୪ କରିଥିଲା ବେଳେ ଜିଆଣ୍ଟ୍‌ସ ୮୩/୪ କରି ପାରିଥିଲା। ଦ୍ୱିତୀୟ ମ୍ୟାଚ୍‌ରେ ସର୍ଜିକାଲ ଦଳ ୧୩୭/୧ କରିଥିଲା। ଜବାବରେ ଗେମ୍‌ ଚେଞ୍ଜର୍ସ ୮ ଓ୍ଵିକେଟ୍‌ ବିନିମୟରେ ୧୨୦ ରନ୍‌ କରିବାକୁ ସକ୍ଷମ ହୋଇଥିଲା। ତୃତୀୟ ମ୍ୟାଚ୍‌ରେ ଭୁବନେଶ୍ୱର ମାଷ୍ଟର୍ସ ୫ ଓ୍ଵିକେଟ୍‌ ହରାଇ ୬୬ ରନ୍‌ କରିଥିଲା ବେଳେ ଜିଆଣ୍ଟ୍‌ସ କୌଣସି ଓ୍ଵିକେଟ୍‌ ନହରାଇ ମ୍ୟାଚ୍‌ ଜିତି ନେଇଥିଲା। ମ୍ୟାଚ୍‌ର ଶ୍ରେଷ୍ଠ ଖେଳାଳି ପୁରସ୍କାର ରେହାନ୍‌, ଅଶୁତୋଷ ମହାନ୍ତି ଏବଂ ଅମ୍ରିତ ମହାନ୍ତିଙ୍କୁ ମିଳିଥିଲା।

ସମ୍ବନ୍ଧିତ ଖବର