ମୁଣ୍ଡ ପାଖରେ ମୋବାଇଲ ଚାର୍ଜ କରି ଶୋଇଯାଇଥିଲେ, ତାପରେ କଣ ହେଲା ଜାଣନ୍ତୁ

କ୍ୱାଲାଲୁମ୍ପୁର: ଆଜିକାଲି ସ୍ମାର୍ଟଫୋନଗୁଡ଼ିକ ମଣିଷର ନିତିଦିନିଆ ଜୀବନର ଅବିଚ୍ଛେଦ୍ୟ ଅଂଗ ହୋଇପଡିଛି । ଲୋକମାନେ ନିଜ ସ୍ମାର୍ଟଫୋନ ସହ ସବୁଠାରୁ ଅଧିକ ସମୟ ବିତଉଛନ୍ତି । ଏପରିକି ଶୋଇବାବେଳେ ମଧ୍ୟ ନିଜ ସ୍ମାର୍ଟଫୋନକୁ ଛାଡିପାରୁନାହାନ୍ତି । କିନ୍ତୁ ସ୍ମାର୍ଟଫୋନ ଗୁଡ଼ିକର ବ୍ୟାଟେରୀ ବିସ୍ଫୋରଣ ସମସ୍ୟା ଦିନକୁ ଅଧିକ ଜଟିଳ ରୂପ ନେଲାଣି । ଆଜିକାଲି ଅଧିକ ଶକ୍ତିଶାଳୀ ବ୍ୟାଟେରୀ ସ୍ମାର୍ଟଫୋନରେ ବ୍ୟବହାର ହେଉଛି, ତାହା ଅନୁସାରେ ବିସ୍ଫୋରଣଗୁଡ଼ିକର ଆକାର ମଧ୍ୟ ବଢିଚାଲିଛି ।

ଏହିପରି ଏକ ଘଟଣାରେ ମାଲେସିଆର ଏକ ବଡ଼ ଫାଇନାନ୍ସିଆଲ କମ୍ପାନି କ୍ରାଡଲ ଫଣ୍ଡର ସିଇଓ ନଜରିନ ହସନଙ୍କ ମୃତ୍ୟୁ ହୋଇଛି । ସେ ଶୋଇବା ଘରେ ନିଜର ଦୁଇଟି ସ୍ମାର୍ଟଫୋନ, ଏକ ବ୍ଲାକବେରୀ ଓ ଏକ ହ୍ଵାଏଇ ଫୋନକୁ ଚାର୍ଜରେ ବସାଇ ଶୋଇଯାଇଥିଲେ । କିନ୍ତୁ ସାରା ରାତି ଫୋନ ଚାର୍ଜ ହେବାପରେ ଗରମ ହୋଇ ହଠାର ବିସ୍ଫୋରଣ ହୋଇଥିଲା । ବିସ୍ଫୋରଣର ମାତ୍ରା ଏତେ ଭୟଙ୍କର ଥିଲା ଯେ ତାଙ୍କର ଘଟଣା ସ୍ଥଳର ମୃତ୍ୟୁ ହେବା ସହ ତାଙ୍କର ସମୁଦାୟ ଖଟ ଜଳିଯାଇଛି । ପୁଲିସ ସୁତ୍ରରୁ ପ୍ରକାଶ ଯେ ନିଆଁ ଲାଗିବା ଯୋଗୁଁ ଅଣନିଶ୍ୱାସୀ ହୋଇ ସେ ମୃତ୍ୟୁବରଣ କରିଛନ୍ତି । କିନ୍ତୁ ତାଙ୍କ ପରିବାର ଲୋକ କହୁଛନ୍ତି ଯେ ନିଆଁ ଲାଗିବା ପୂର୍ବରୁ ବିସ୍ଫୋରଣ ଯୋଗୁଁ ହିଁ ମୋବାଇଲର ଧାରୁଆ ଖଣ୍ଡ ସବୁ ତାଙ୍କ ଦେହରେ ଗୁଳିପରି ପଶିଯାଇଥିଲା । ଫଳରେ ହଠାତ ତାଙ୍କର ମୃତ୍ୟୁ ହୋଇଥିଲା ।

ସମ୍ବନ୍ଧିତ ଖବର