ଜେଟ ଏୟାରୱେଜ୍ ସଂକଟ: ୧୬୦୦ କର୍ମଚାରୀଙ୍କ ପକ୍ଷରୁ ଭାବପ୍ରବଣ ଚିଠି ଲେଖିଲେ ସିଇଓ ବିନୋଦ ଦୁବେ

ନୂଆଦିଲ୍ଲୀ: ଆର୍ଥିକ ସମସ୍ୟା ଦେଇ ଗତି କରୁଥିବା ବିମାନ କମ୍ପାନି ଜେଟ୍‌ ଏୟାରୱେଜ୍ ବନ୍ଦ ହୋଇଯିବା ନେଇ କମ୍ପାନିର ମୁଖ୍ୟ କାର୍ଯ୍ୟନିର୍ବାହୀ ଅଧିକାରୀ(ସିଇଓ) ବିନୋଦ ଦୁବେ ଏକ ଭାବପ୍ରବଣ ପତ୍ର ଲେଖିଛନ୍ତି। ଏକ ଅନିଶ୍ଚିତ ଭବିଷ୍ୟତକୁ ନେଇ ଆଗକୁ ବଢ଼ବାକୁ ପ୍ରସ୍ତୁତ ହେଉଥିବା ପ୍ରାୟ ୧୬୦୦ କର୍ମଚାରୀଙ୍କ ପକ୍ଷରୁ ବିନୋଦ ଦୁବେ ଯେଉଁ ଭାବପ୍ରବଣ ପତ୍ର ଲେଖିଛନ୍ତି ତାହା ଏବେ ବେଶ୍‌ ଚର୍ଚ୍ଚା ପାଲଟିଛି।

ସିଇଓ ବିନୋଦ ଦୁବେ ଲେଖିଛନ୍ତି, ‘ବର୍ତ୍ତମାନ ଯିଏ ଏହି କମ୍ପାନିର ନିଲାମୀ ଧରିବ ତାଙ୍କୁ ଆମେ ଜେଟ୍‌ ଏୟାରୱେଜର ପୂରାତନ କର୍ମଚାରୀମାନେ ପୂର୍ଣ୍ଣ ପ୍ରାଣରେ ସଂପୂର୍ଣ୍ଣ ସାହାଯ୍ୟ ଓ ସହଯୋଗ କରିବୁ ଏବଂ ଏଥିପାଇଁ ପ୍ରସ୍ତୁତ ମଧ୍ୟ ଅଛୁ। ହେଲେ ବିଡ଼ମ୍ବନାର ବିଷୟ ଜେଟ୍‌ ଏୟାରୱେଜର ପୁନରୁଦ୍ଧାର କଥା ସମସ୍ତେ କହୁଥିବା ବେଳେ ଆମ ପୂରାତନ କର୍ମଚାରୀମାନଙ୍କର ବକେୟା ଦରମା ଓ କମ୍ପାନି ଉପରେ ରହିଥିବା କର୍ମଚାରୀମାନଙ୍କ ଅନ୍ୟ ବକେୟା ପାଉଣା ଉପରେ କେହି କିଛି ବି ହେଲେ କହୁନାହାନ୍ତି କିମ୍ବା ସେ ସଂପର୍କରେ କୌଣସି କଥା ସ୍ପଷ୍ଟ କରୁନାହାନ୍ତି, ଯାହାକି ଆମକୁ ଅଧିକ ଭୟ, ଆଶଙ୍କା ଓ ଦ୍ୱନ୍ଦ୍ୱ ମଧ୍ୟକୁ ନେଇ ଯାଉଛି।’

ଉଲ୍ଲେଖଯୋଗ୍ୟ, ପୂର୍ବରୁ ଜେଟ୍‌ ଏୟାରୱେଜର କର୍ମଚାରୀମାନେ କେନ୍ଦ୍ର ସରକାରଙ୍କୁ ସେମାନଙ୍କ ବାକି ପଡ଼ିଥିବା ଦରମା ଦେବା ପାଇଁ ନିବେଦନ କରିଥିଲେ।

ସମ୍ବନ୍ଧିତ ଖବର