ଉତ୍ତର କୋରିଆ ଉପରେ ସିଓଲ୍‌ର ନୂଆ କଟକଣା

ସିଓଲ: ବିଶ୍ୱ ସମୁଦାୟକୁ ଅବମାନନା କରି ପରମାଣୁ ପରୀକ୍ଷା ଜାରି ରଖିଥିବା ଉତ୍ତର କୋରିଆ ଉପରେ ଯେତେ କଟକଣା ଜାରି କଲେ ସୁଦ୍ଧା ଏହା ସୁଧୁରୁନି। ନିକଟରେ ଗତ ୨୯ ତାରିଖରେ ପୁଣି ଏକ ବାଲିଷ୍ଟିକ୍‌ କ୍ଷେପଣାସ୍ତ୍ର ପରୀକ୍ଷା କରି ନିଜକୁ ପରମାଣୁ ଶକ୍ତି ସମ୍ପନ୍ନ ରାଷ୍ଟ୍ର ଭାବେ ଘୋଷଣା କରିଛି। ତେବେ ଉତ୍ତର କୋରିଆର ଏହି ଔଦ୍ଧତ୍ୟକୁ ସାବାଡ଼ କରିବା ପାଇଁ ଦକ୍ଷିଣ କୋରିଆ ନୂଆ ଆର୍ଥିକ କଟକଣା ଜାରି କରିଛି। ଉତ୍ତର କୋରିଆର ପରମାଣୁ କାର୍ଯ୍ୟକ୍ରମ ଲାଗି ପାଣ୍ଠି ବନ୍ଦ କରିବାର ଅଂଶବିଶେଷ ଭାବେ ସିଓଲ୍‌ ପ୍ରଶାସନ ପ୍ରଥମ ଥର ଲାଗି ଉତ୍ତର କୋରିଆର ୨୦ଟି ଗୋଷ୍ଠୀ ଏବଂ ୧୨ ଜଣ ବ୍ୟକ୍ତିବିଶେଷଙ୍କ ଉପରେ ଏହି କଟକଣା ଲାଗୁ କରିଛି। ବିଶ୍ୱ ସମୁଦାୟ ମଧ୍ୟ ଏଥିରେ ଅନୁପ୍ରାଣିତ ହୋଇ ଉତ୍ତର କୋରିଆ ବିରୋଧରେ ଅନୁରୂପ କାର୍ଯ୍ୟାନୁଷ୍ଠାନ ନେବାକୁ ଦକ୍ଷିଣ କୋରିଆଆହ୍ଵାନ କରିଛିି। ସେହିପରି ଜାତିସଂଘରେ ଆମେରିକା ରାଷ୍ଟ୍ରଦୂତ ମଧ୍ୟ ସାରା ବିଶ୍ୱକୁ ପୋଙ୍ଗୟାଙ୍ଗ୍‌ ସହ ବାଣିଜ୍ୟିକ ସମ୍ପର୍କ କାଟିଦେବା ପାଇଁ ଅନୁରୋଧ କରିଛନ୍ତି।

ସମ୍ବନ୍ଧିତ ଖବର