ମୁଁ ଅନୁତପ୍ତ ନୁହେଁ: ଚେଲମେଶ୍ୱର

ନୂଆଦିଲ୍ଲୀ: ସୁପ୍ରିମକୋର୍ଟର ବରିଷ୍ଠତମ ବିଚାରପତି ଜଷ୍ଟିସ ଚେଲମେଶ୍ୱର ଆଜି ନିଜ ପଦରୁ ଅବସର ନେଇଛନ୍ତି। ଗତ ଜାନୁଆରି ୧୨ ତାରିଖରେ ଏକ ଅପ୍ରତ୍ୟାଶିତ ଘଟଣାକ୍ରମରେ ସୁପ୍ରିମକୋର୍ଟର ଅନ୍ୟ ୩ ଜଣ ବିଚାରପତିଙ୍କ ସହ ମିଶି ପ୍ରଧାନ ବିଚାରପତିଙ୍କ ବିରୋଧରେ ସାମ୍ବାଦିକ ସମ୍ମିଳନୀ କରିଥିବା ଚେଲମେଶ୍ୱର ତାଙ୍କର ଏହି କାର୍ଯ୍ୟପାଇଁ ଆଦୌ ଅନୁତପ୍ତ ନୁହନ୍ତି ବୋଲି କହିଛନ୍ତି। ଅବସର ପରେ ଚେଲମେଶ୍ୱର କୌଣସି ସରକାରୀ ନିଯୁକ୍ତିକୁ ଗ୍ରହଣ କରିବେନି ବୋଲି କହିଛନ୍ତି। ଲେଖାଲେଖି ପ୍ରତି ଆଗ୍ରହ ଥିବାରୁ ସେ ଅବସର ସମୟରେ ଲେଖାଲେଖି କରିବେ ବୋଲି ସୂଚନା ଦେଇଛନ୍ତି।

ସମ୍ବନ୍ଧିତ ଖବର