ମିଳିତ ଜାତିସଂଘ ପକ୍ଷରୁ ପ୍ରଧାନମନ୍ତ୍ରୀ ମୋଦିଙ୍କୁ ଚାମ୍ପିଅନ୍‌ସ ଅଫ ଦ ଆର୍ଥ ସମ୍ମାନ

ନୂୂଆଦିଲ୍ଲୀ: ଚାମ୍ପିଅନ୍‌ସ ଅଫ ଦ ଆର୍ଥ ନରେନ୍ଦ୍ର ମୋଦି। ପ୍ରଧାନମନ୍ତ୍ରୀ ମୋଦିଙ୍କୁ ଆଜି ଚାମ୍ପିଅନ୍‌ସ ଅଫ ଦ ଆର୍ଥ ସମ୍ମାନରେ ସମ୍ମାନିତ କରିଛି ମିଳିତ ଜାତିସଙ୍ଘ। ପଲିସି ଲିଡରସିପ୍‌ ଶ୍ରେଣୀରେ ମୋଦିଙ୍କୁ ଚାମ୍ପିଅନ୍‌ସ ଅଫ୍‌ ଦ ଆର୍ଥ ସମ୍ମାନରେ ସମ୍ମାନିତ କରିଛି ଜାତିସଙ୍ଘ। ପ୍ରଧାନମନ୍ତ୍ରୀ ମୋଦିଙ୍କୁ ସମ୍ମାନିତ କରିବାକୁ ନିଜେ ଜାତିସଙ୍ଘ ମୁଖ୍ୟ ଭାରତ ଆସିଛନ୍ତି। ଜାତିସଙ୍ଘ ୨୦୨୨ ସୁଦ୍ଧା ପ୍ଲାଷ୍ଟିକ୍‌ ବ୍ୟବହାର ସମ୍ପୂର୍ଣ୍ଣ ରୂପେ ଶେଷ କରିବାକୁ ଶପଥ ନେଇଥିବାରୁ ମୋଦିଙ୍କୁ ଏହି ସମ୍ମାନ ମିଳିଛି। ଗତ କିଛି ଦିନ ତଳେ ଜାତିସଙ୍ଘ ପକ୍ଷରୁ ଏ ନେଇ ଘୋଷଣା କରାଯାଇଥିଲା।

ପରିବେଶ କ୍ଷେତ୍ରରେ ଉଲ୍ଲେଖନୀୟ ଅବଦାନ ପ୍ରଧାନମନ୍ତ୍ରୀ ମୋଦିଙ୍କୁ ବିଶ୍ୱ ସ୍ତରରେ ପରିଚିତ କରାଯାଇଛି। ବିଶେଷ କରି ସ୍ୱଚ୍ଛତା ଅଭିଯାନ ଭଳି କାର୍ଯ୍ୟକ୍ରମକୁ ଭାରତରେ ଲୋକପ୍ରିୟ କରାଇଥିବାରୁ ଏ ନେଇ ଟ୍ଵିଇଟ୍‌ କରି ଖୁସି ଜାହିର କରିଛନ୍ତି ପ୍ରଧାନମନ୍ତ୍ରୀ। ଫ୍ରାନ୍‌ସ ରାଷ୍ଟ୍ରପତି ଇମାନୁଏଲ୍‌ ମ୍ୟାକ୍ରନ୍‌ ଓ ମୋଦିଙ୍କୁ ଶ୍ରେଷ୍ଠ ପରିବେଶ ସମ୍ମାନ ଚାମ୍ପିଅନ୍‌ସ ଅଫ୍‌ ଦ ଆର୍ଥରେ ସମ୍ମାନିତ କରିଛି ମିଳିତ ଜାତିସଙ୍ଘ। ସେହିପରି ଫ୍ରାନ୍‌ସ ରାଷ୍ଟ୍ରପତି ଇମାନୁଏଲ୍‌ ମ୍ୟାକ୍ରନଙ୍କୁ ଇଂଟରନ୍ୟାସନାଲ ସୋଲାର ଆଲାୟନ୍‌ସ ପାଇଁ ଜାତିସଙ୍ଘ ପକ୍ଷରୁ ଚାମ୍ପିଅନ୍‌ସ ଅଫ୍‌ ଦ ଆର୍ଥ ସମ୍ମାନ ମିଳିଛି।


ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଏବଂ ପରିବେଶ ସଂରକ୍ଷଣ : ଭବିଷ୍ୟ ଦୃଷ୍ଟି, କାର୍ଯ୍ୟକ୍ରମ ଓ ମିଶନ

ଆନ୍ତର୍ଜାତିକ ସୈାର ସଂଗଠନ : ସୈାର ଶକ୍ତିର ପ୍ରସାର ମାଧ୍ୟମରେ ଜଳବାୟୁ ପରିବର୍ତ୍ତନ ସମସ୍ୟାର ସମାଧାନ ପାଇଁ ବିଭିନ୍ନ ରାଷ୍ଟ୍ରକୁ ଏକଜୁଟ୍‌ କରିବାରେ ବୈଶ୍ୱିକ ପ୍ରୟାସର ଅଗ୍ରଦୂତ ସାଜିଛି ଭାରତ।

ଭାରତରେ ପ୍ରଥମ-ପ୍ଲାଷ୍ଟିକ ବ୍ୟବହାରର ବିଲୋପ ସାଧନ : ପ୍ଲାଷ୍ଟିକ ବ୍ୟବହାରର ବିଲୋପ ଦିଗରେ ଭାରତ ସରକାରଙ୍କ ଅଭିଯାନକୁ ପ୍ରଶଂସା କରିଛି ମିଳିତ ଜାତିସଂଘ।

ପ୍ରଧାନମନ୍ତ୍ରୀ ମୋଦିଙ୍କ ନେତୃତ୍ୱରେ ଅକ୍ଷୟ ଉର୍ଜ୍ଜା ଉତ୍ସରୁ ଶକ୍ତି ଉତ୍ପାଦନର ଅଭୂତପୂର୍ବ ଅଭିବୃଦ୍ଧି ହାସଲ କରିଛି ଭାରତ।

ସମ୍ବନ୍ଧିତ ଖବର