ଦିନିକିଆ ଅନଶନ ପୂର୍ବରୁ ରାଜଘାଟରେ ମହାତ୍ମା ଗାନ୍ଧୀଙ୍କ ପ୍ରତି ଶ୍ରଦ୍ଧାଞ୍ଜଳି ଦେଲେ ଚନ୍ଦ୍ରବାବୁ ନାଇଡୁ

ନୂଆଦିଲ୍ଲୀ: ନିଜ ରାଜ୍ୟ ଲାଗି ସ୍ୱତନ୍ତ୍ର ପାହ୍ୟା ଦାବି କରି ସୋମବାର ଦିନ ଆନ୍ଧ୍ର ଭବନରେ ଦିନିକିଆ ଅନଶନ ଆରମ୍ଭ କରିବା ପୂର୍ବରୁ ଆନ୍ଧ୍ର ପ୍ରଦେଶ ମୁଖ୍ୟମନ୍ତ୍ରୀ ଓ ତେଲୁଗୁ ଦେଶମ ପାର୍ଟିର ମୁଖ୍ୟ ଏନ୍‌ ଚନ୍ଦ୍ରବାବୁ ନାଇଡୁ ରାଜଘାଟ ଯାଇ ମହାତ୍ମା ଗାନ୍ଧୀଙ୍କ ସମାଧି ପୀଠରେ ଶ୍ରଦ୍ଧାଞ୍ଜଳି ଜ୍ଞାପନ କରିଛନ୍ତି।

ତେଲୁଗୁ ଦେଶମ ପାର୍ଟିର ସାଂସଦ ଓ ଦଳୀୟ କର୍ମୀଙ୍କ ସହ ନାଇଡୁ ରାଜଘାଟରୁ ଫେରି ଦିନିକିଆ ଅନଶନ ଆରମ୍ଭ କରିବାକୁ ଆନ୍ଧ୍ର ଭବନ ଯାଇଛନ୍ତି।

ରବିବାର ସନ୍ଧ୍ୟାରେ ତେଲୁଗୁ ଦେଶମ ମୁଖ୍ୟ ଜାତୀୟ ରାଜଧାନୀରେ ପହଞ୍ଚିଥିଲେ।

ଜାତୀୟ ରାଜଧାନୀର ଆନ୍ଧ୍ର ପ୍ରଦେଶ ଭବନ ଠାରେ ସକାଳ ୮ଟାରୁ ରାତି ୮ଟା ଯାଏଁ ନାଇଡୁ ‘ଧର୍ମ ପୋରତ ଦୀକ୍ଷା’ ଅର୍ଥାତ୍‌ ନ୍ୟାୟ ଲାଗି ଦିନିକିଆ ପ୍ରତିବାଦ କରିବେ।

ତାଙ୍କ ସହ ଅନଶନରେ ବସିବେ ତାଙ୍କ ମନ୍ତ୍ରୀ, ଦଳୀୟ ବିଧାୟକ ଓ ବିଧାନପରିଷଦ୍‌ର ସଦସ୍ୟ ଓ ସାଂସଦମାନେ।

ମଙ୍ଗଳବାର ଦିନ ନାଇଡୁ ରାଷ୍ଟ୍ରପତି କୋବିନ୍ଦଙ୍କୁ ଏକ ସ୍ମାରକ ପତ୍ର ମଧ୍ୟ ଦେବେ।

ସମ୍ବନ୍ଧିତ ଖବର