ମୋଦୀ ଏବେ ଆତଙ୍କବାଦୀଙ୍କ ଭଳି ହୋଇ ଯାଇଛନ୍ତି, ତାଙ୍କ ଭିତରେ ଆଉ ମାନବିକତା ବଞ୍ଚି ନାହିଁ : ଚନ୍ଦ୍ରାବାବୁ ନାଇଡୁ

ନୂଆଦିଲ୍ଲୀ : ଦିନେ ମୋଦୀ ସରକାରଙ୍କର ସମର୍ଥକ ତଥା ତାଙ୍କ ଏନଡିଏ ସରକାରରେ ସହଯେୋଗୀ ଥିବା ଆନ୍ଧ୍ରପ୍ରଦେଶର ମୁଖ୍ୟମନ୍ତ୍ରୀ ତଥା ଟିଡିପିର ମୁଖ୍ୟ ଚନ୍ଦ୍ରବାବୁ ନାଇଡୁ ଏବେ ମୋଦୀଙ୍କୁ ନେଇ ବିବାଦୀୟ ବୟାନ ରଖିଛନ୍ତି । ମୋଦୀଙ୍କୁ କଟାକ୍ଷ କରି, ମୋଦୀ ଏବେ ବିପଦଜ୍ଜନକ ଆତଙ୍କବାଦୀଙ୍କ ଭଳି ହୋଇ ଯାଇଛନ୍ତି । ଯାହା ଭିତରେ କୌଣସି ପ୍ରକାରର ମାନବିକତା ଆଉ ବଞ୍ଚି ରହି ନାହିଁ ବୋଲି କହିଛନ୍ତି ଚନ୍ଦ୍ରବାବୁ ନାଇଡୁ । ପ୍ରକାଶନ ଜିଲ୍ଲାରେ ଏକ ରାଲିକୁ ସମ୍ବୋଧନ କରି ଚନ୍ଦ୍ରବାବୁ ନାଇଡୁ ଏଭଳି ମନ୍ତବ୍ୟ ରଖିଥିବା ଜଣା ପଡ଼ିଛି ।

News18.com

ଆତଙ୍କବାଦୀଙ୍କ ସହ ତୁଳନା କରିବା ସହ ମୋଦୀ ଲୋକତନ୍ତ୍ରର ହତ୍ୟା ଏବଂ ସଂସ୍ଥାଗୁଡ଼ିକୁ ଶେଷ କରୁଥିବା କହିଥିଲେ ଚନ୍ଦ୍ରବାବୁ ନାଇଡୁ । ତାଙ୍କ କହିବା ଅନୁଯାୟୀ, ମୋଦୀ ସଂସ୍ଥାଗୁଡ଼ିକୁ ଭୁଲ ବାଟରେ ବ୍ୟବହାର କରି ଟିଡିପି ନେତାମାନଙ୍କୁ ଟାର୍ଗେଟ କରୁଛନ୍ତି । ଆମ ନେତାମାନଙ୍କ ଉପରେ ବିରୋଧରେ ଆୟକର ବିଭାଗର ଚଢ଼ାଉ କରାଯାଉଛି । ସେ ସିବିଆଇ, ଇଡି ଏବଂ ଆର୍‌ବିଆଇ ଭଳି ସଂସ୍ଥାର ବ୍ୟବହାର ଭୁଲ ଭାବରେ କରୁଛନ୍ତି ବୋଲି କହି ମୋଦୀଙ୍କୁ ଟାର୍ଗେଟ କରିଥିଲେ ଚନ୍ଦ୍ରବାବୁ ନାଇଡୁ ।

ସମ୍ବନ୍ଧିତ ଖବର