ମହାମେଣ୍ଟ ଗଠନ ଲାଗି ନବୀନଙ୍କ ସହ ଫୋନରେ ବାର୍ତ୍ତାଳାପ ପରେ ମମତାଙ୍କୁ ଭେଟିବେ ଚନ୍ଦ୍ରବାବୁ ନାଇଡୁ

ନୂଆଦିଲ୍ଲୀ: ଅଣ-ବିଜେପି ଦଳଗୁଡ଼ିକୁ ଏକାଠି କରି ମହାଗଠନ ଲାଗି ଜୋରଜାର ଉଦ୍ୟମ ଜାରି ରଖିଛନ୍ତି ଆନ୍ଧ୍ରପ୍ରଦେଶ ମୁଖ୍ୟମନ୍ତ୍ରୀ ତଥା ତେଲୁଗୁ ଦେଶମ୍‌ ପାର୍ଟି ମୁଖ୍ୟ ଚନ୍ଦ୍ରବାବୁ ନାଇଡୁ। ଗତକାଲି ସେ ଓଡ଼ିଶାର ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ସହ ଫୋନ୍‌ରେ ଏ ନେଇ କଥାବାର୍ତ୍ତା ହେବା ସହ ଆସନ୍ତା ୨୨ ତାରିଖରେ ନୂଆଦିଲ୍ଲୀରେ ହେବାକୁ ଥିବା ସର୍ବଦଳୀୟ ବୈଠକରେ ଯୋଗଦାନ ଲାଗି ନମନ୍ତ୍ରଣ ଜଣାଇଥିଲେ।

ବର୍ତ୍ତମାନର ସୂଚନା ଅନୁସାରେ ଆସନ୍ତା ସପ୍ତାହରେ ନାଇଡୁ କୋଲକାତା ଯାଇ ତୃଣମୂଳ ସୁପ୍ରିମୋ ତଥା ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀଙ୍କୁ ଭେଟିବେ। ନଭେମ୍ବର ୧୯ ତାରିଖରେ ଦୁଇ ମୁଖ୍ୟମନ୍ତ୍ରୀଙ୍କ ସାକ୍ଷାତ କାର୍ଯ୍ୟକ୍ରମ ସ୍ଥିର ହୋଇଛି। ସାକ୍ଷାତରେ ସେ ମମତାଙ୍କୁ ନଭେମ୍ବର ୨୨ରେ ନୂଆଦିଲ୍ଲୀ ବୈଠକକୁ ଆସିବା ଲାଗି ନିମନ୍ତ୍ରଣ କରିବେ।

ଉଲ୍ଲେଖଯୋଗ୍ୟ କି, ମୂଳରୁ ଏନ୍‌ଡିଏରେ ଥିବା ଚନ୍ଦ୍ରବାବୁ ନାଇଡୁ ବର୍ତ୍ତମାନ ବିଜେପି ଉପରେ ଅସନ୍ତୁଷ୍ଟ। ତେଣୁ ସେ ୨୦୧୯ ନିର୍ବାଚନରେ କେନ୍ଦ୍ରରେ ବିଜେପିକୁ ହଟାଇବା ଳାଗି ଆଞ୍ଚଳିକ ଦଳମାନଙ୍କୁ ଏକଜୁଟ କରିବା ଉଦ୍ୟମ ଆରମ୍ଭ କରିଛନ୍ତି। ଏହା ପୂର୍ବରୁ ସେ କର୍ଣ୍ଣାଟକ ଯାଇ ଜେଡିଏସ୍‌ ମୁଖ୍ୟ ତଥା ପୂର୍ବ ପ୍ରଧାନମନ୍ତ୍ରୀ ଏଚ୍‌ଡି ଦେବଗୌଡା ଓ ତାମିଲନାଡୁ ଯାଇ ଡିଏମ୍‌କେ ସୁପ୍ରିମୋ ଏମ୍‌. କେ. ଷ୍ଟାଲିନ୍‌ଙ୍କୁ ଭେଟି ମହାଗଠବନ୍ଧନ ଗଠନ ନେଇ ଆଲୋଚନା କରିଛନ୍ତି।

ସମ୍ବନ୍ଧିତ ଖବର