ଜୁଲାଇ ୯ ରୁ ୧୬ ତାରିଖ ମଧ୍ୟରେ ଉତ୍‌କ୍ଷେପଣ ହେବ ଚନ୍ଦ୍ରାୟନ-୨

ନୂଆଦିଲ୍ଲୀ: ଜୁଲାଇ ୯ ତାରିଖ ପରେ ଚନ୍ଦ୍ରାୟନ-୨ ଲଞ୍ଚ କରାଯିବ ବୋଲି ଭାରତୀୟ ମହାକାଶ ଗବେଷଣା ସଂସ୍ଥାନର ଅଧ୍ୟକ୍ଷ ଡକ୍ଟର୍‌ କେ ସିବନ କହିଛନ୍ତି। ଗତ ଜାନୁଆରି ମାସରେ ଏହା ଉତ୍‌କ୍ଷେପଣ କରାଯିବାକୁ ଯୋଜନା କରାଯାଇଥିଲେ ବି କେତେକ କାରଣରୁ ସମ୍ଭବ ହୋଇ ନ ଥିଲା।

ଜୁଲାଇ ୯ ରୁ ୧୬ ତାରିଖ ମଧ୍ୟରେ ଉତ୍‌କ୍ଷେପଣ କରାଯିବାକୁ ଥିବା ଚନ୍ଦ୍ରାୟନ-୨ ଅଭିଯାନ ଭାରତର ଗୋଟାଏ ଗୁରୁତ୍ୱପୂର୍ଣ୍ଣ ଅଭିଯାନ ହେବ। ଇସ୍ରୋର ଚନ୍ଦ୍ରାୟନ-୨ ଅଭିଯାନ ସବୁଠୁ ଅଧିକ ଚାଲେଞ୍ଜ୍‌ପୂର୍ଣ୍ଣ। କେହି ନ ପହଞ୍ଚିଥିବା ଜାଗାରେ ଏହା ଅବତରଣ କରିବ ବୋଲି ଶିବନ କହିଛନ୍ତି।
୮୦୦ କୋଟି ଟଙ୍କା ମୂଲ୍ୟ ବିନିମୟର ଏଇ ଚନ୍ଦ୍ରାୟନ-୨ ଚନ୍ଦ୍ର ଉପରେ ଅଧ୍ୟୟନ କରିବାକୁ ଗୋଟାଏ ରୋଭର୍‌ ମଧ୍ୟ ଚନ୍ଦ୍ରପୃଷ୍ଠରେ ଓହ୍ଲାଇବ।

ଚନ୍ଦ୍ର ଅଭିଯାନ ସକାଶ ଜଣେ ମହାକାଶଚାରିଣୀଙ୍କୁ ଖୋଜା ଚାଲିଥିବା କଥା ଜାନୁଆରି ମାସରେ କହିଥିଲେ ଶିବନ। କିନ୍ତୁ, ଏହି ଅଭିଯାନରେ କେତେ ଜଣ ବ୍ୟକ୍ତି ଯିବେ ତାହା ସେ କହି ନ ଥିଲେ।

ଇସ୍ରୋ ମୁଖ୍ୟ କହିଛନ୍ତି ଯେ ପଡ଼ୋଶୀ ଦେଶଗୁଡ଼ିକରେ ଏବଂ ରୁଷ୍‌ ଓ ଜାପାନ୍‌ରେ ଗ୍ରାଉଣ୍ଡ୍‌ ଷ୍ଟେସନ୍‌ ଖୋଲିବାକୁ ଯୋଜନା କରାଯାଇଛି। ନେଭିଗେସନ୍‌ ପ୍ରଣାଳୀରେ ସଠିକତା ଏବଂ ବିଶେଷକରି ସାଟେଲାଇଟ୍‌ ଡାଟା ଡାଉନ୍‌ଲୋଡ୍‌ କରିବାକୁ ଏହା ଆବଶ୍ୟକ।

ସମ୍ବନ୍ଧିତ ଖବର